ଗୁପ୍ତା ଇଭେଣ୍ଟ୍ ପକ୍ଷରୁ ଜନତା ମଇଦାନ ଠାରେ ରଜ ଉତ୍ସବ

ଭୁବନେଶ୍ୱର: ରଜ ଉତ୍ସବକୁ ଆଖି ଆଗରେ ରଖି ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଗୁପ୍ତା ଇଭେଂଟ ମ୍ୟାନେଜମେଂଟ ତରଫରୁ ଆୟୋଜନ କରାଯାଇଛି। ଏହି ରଜ ଉତ୍ସବ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆୟୋଜିତ ରଜ ଉତ୍ସବ ରେ ଏଠାରେ ରଜ ଦୋଳି ଠାରୁ ଆରମ୍ଭ କରି ସେଲଫି ପଂଏଟ୍ ସହ ବହୁ ପ୍ରକାର ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାସହ ଆଫଗାନିସ୍ତାନରରୁ ଡ୍ରାଏଫୁଡ୍ ବିକ୍ରିର ବ୍ୟବସ୍ଥା କରାଯାଇଛି। ଦୈନନ୍ଦିନ ଜୀବନର ବ୍ୟବହୃତ ବହୁ ଜିନିଷ ଏହି ଇଭେଂଟରେ ଉପଲବ୍ଧ ହୋଇଥିବାବେଳେ ଘରକରଣା ଆସବାବ ସାମଗ୍ରୀ ଯେମିତି ଖଟ, ଆଲଣା, ଚେୟାର, ସୋଫା, ବେଡ୍‌, ପ୍ଲାଷ୍ଟିକ୍ ଫର୍ଣ୍ଣିଚର ଓ କାଠର ବହୁ ଉପକରଣ ମଧ୍ୟ ରହିଛି।

ଲେଡିଜ୍ ମାନଙ୍କର ସମସ୍ତ ପ୍ରକାରର ପ୍ରସାଧନ ଏଠାରେ ଉପଲବ୍ଧ ହୋଇଛି ଯେମିତିକି ଡ୍ରେସ୍ ଠାରୁ ଆରମ୍ଭ କରି କସମେଟିକ୍‌, ଲେଡିଜ କର୍ଣ୍ଣର ର ସୁବ୍ୟବସ୍ଥା କରାଯାଇଛି। ଏହି ଇଭେଂଟ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ୨ଟା ଠାରୁ ଆରମ୍ଭ ହୋଇ ରାତି ପାଖାପାଖି ୧୦ ଘଟିକା ପର୍ଯ୍ୟନ୍ତ ଚାଲୁ ରହୁଛି ଇଂଭେଟ ପରିଚାଳକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏଠାରେ ଅଟୋମୋବାଇଲ୍ ବିକ୍ରି ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଏହାସହ ପ୍ରତ୍ୟେକ ସଂଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭିଡ଼କୁ ଆଖିରେ ରଖି ପାର୍କିଂର ସୁବ୍ୟବସ୍ଥା କରାଯାଇଥିବାବେଳେ ସ୍ୱଚ୍ଛ ପାଣିର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆୟୋଜକ ପାୟଲ ଆଚାର୍ଯ୍ୟ ଗୁପ୍ତା। ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ, ଉତ୍‌କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page