ଓଡ଼ିଶ ଗ୍ରାମରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ

ଭୁବନ: ସାରା ରାଜ୍ୟରେ ପ୍ରଭୁ ଲକ୍ଷ୍ମୀନାରାୟଣ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି। ବିଶେଷ କରି କୁମ୍ଭକାର ସଂପ୍ରଦାୟର ପରିବାରର ଘରେ ଘରେ ଏହି ପୂଜା କରାଯାଇଥାଏ। ସାରା ରାଜ୍ୟରେ କୁମ୍ଭକାରମାନେ ତାଙ୍କର ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଏହି କୁରାଳ ପଂଚମୀ ଦିନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ କୁମ୍ଭାର ସାହିରେ ଧୂମଧାମ ସହକାରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୃଣ୍ମୟମୂର୍ତି… Continue reading ଓଡ଼ିଶ ଗ୍ରାମରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ

ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ଆହ୍ୱାନ “ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ” ଶୀର୍ଷକ ଆଲୋଚନାଚକ୍ର ଓ ମାସିକ କର୍ମଶାଳା ସମୀକ୍ଷା ବୈଠକ ବିଜୟ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ସହିତ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ,ଡି, ଆଇ, ବି, ବ୍ୟାଙ୍କର ଉପପ୍ରବନ୍ଧକ ଓ ଏମଏସ ଏମ ଇ… Continue reading ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ରଣପୁର ପ୍ରଜା ଆନ୍ଦୋଳନରେ ଭାଗ ନେଇ ଶହୀଦ ହୋଇଥିବା ଯୁବ କବି, ବିପ୍ଲବୀ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଦିବାକର ପରିଡା ଙ୍କ 115 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦ ରଘୁ -ଦିବାକର ସ୍ମୃତି ସଂସଦ, ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତିସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସଂଯୋଜନା… Continue reading ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ

ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୩ ବର୍ଷ ଧରି କାର୍ଯ୍ୟ କରୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଅବସରରେ ପୂଜ୍ୟ ପୂଜା ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଗୁରୁବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଉଦ୍ଘାଟକ ଭାବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ… Continue reading ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ-୨୦୨୫ ଅନୁଷ୍ଠିତ

“ପ୍ରଦ୍ୟୁମ୍ନ ପ୍ରତିଭା” ଉନ୍ମୋଚନ ସହିତ ସଶକ୍ତ ଓଡିଶା ପକ୍ଷରୁ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଶୁଭ ଜନ୍ମଦିବସ ପୂର୍ବଦିବସରେ ଅନୁଷ୍ଠାନର ଆବାହକ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ପ୍ରଦ୍ୟୁମ୍ନ ପ୍ରତିଭା ପୁସ୍ତକ ଉନ୍ମୋଚନ ସହିତ, ସାରସ୍ୱତ ଆଲୋଚନାଚକ୍ର କର୍ମଶାଳା ଶୁଭ ଉନ୍ମୋଚନ ହୋଇଯାଇଛି କ୍ଷ ମୁଖ୍ୟଅତିଥି ଭାବେ ଆଧ୍ୟାତ୍ମିକଗୁରୁ ଲକ୍ଷ୍ମୀବାବା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ସଶକ୍ତ ଓଡିଶା ଉପଦେଷ୍ଟା କଲ୍ୟାଣ ଚନ୍ଦ୍ର ଚାଟାର୍ଜି, ଅମୁଲ୍ୟ… Continue reading “ପ୍ରଦ୍ୟୁମ୍ନ ପ୍ରତିଭା” ଉନ୍ମୋଚନ ସହିତ ସଶକ୍ତ ଓଡିଶା ପକ୍ଷରୁ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ

ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ତରଫରୁ ନାଚୁଣୀ ମହାବିଦ୍ୟାଳୟ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ନାଚୁଣୀ. ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନାଚୁଣୀ ଥାନା ଭାର ପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନା ଯୋଗ ଦେଇ ସାଇବର ସୁରକ୍ଷା ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ସାଇ… Continue reading ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ

ଭୁବନେଶ୍ୱର: ବିଶିଷ୍ଟ ଐତିହାସିକ, ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ର ଅତୁଳନୀୟ ପୁଜ୍ୟପୂଜା ପ୍ରାଣ ପ୍ରଫୁଲ ଚନ୍ଦ୍ର ତି୍ରପାଠୀଙ୍କ ୮୫ତମ ଶୁଭ ଜନ୍ମଦିବସ ଅବସରରେ, ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନାରେ ପୁସ୍ତକ “କଥା ବୀଥିକା”ର ଶୁଭ ଉନ୍ମୋଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାନ ଆଧ୍ୟାମିôକ ସାରସ୍ୱତ ସାଧକ ବ୍ରହ୍ମା ନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ.… Continue reading ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ହୁ୍ୟମାନ ସାଗର । ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (ଇଓଓଗଝ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ଅନେକ ରୋମାଣ୍ଟିକ ଗୀତ ଗାଇ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ଲିଭର୍ ଏବଂ କିଡନୀ ଜନିତ… Continue reading କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ

ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଗୁଣୀ ସ୍ଥ ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ତଥା “ଶିଶୁ” ଦିବସ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଜଗତି ପାହାଡର ପାଦଦେଶରେ ଅବସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପାଳିତ ହୋଇଯାଇଅଛି। ପ୍ରଥମେ ସଂଘର ସଦସ୍ୟମାନେ ପଣ୍ଡିତ ଜବାହାର ନେହେରୁଙ୍କ ତୈଳ ଚିତ୍ରରେ ଧୂପପୁଷ୍ପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ନାଗରିକ ସଂଘର ସଭାପତି ଅଶ୍ୱିନୀ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ… Continue reading ନାଚୁଣୀର ବରିଷ୍ଠ ନାଗରିକ ସଂଘ ତରଫରୁ ନେହେରୁ ଜୟନ୍ତୀ ପାଳିତ

ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମସ୍ଥ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ପରିସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସକ ଡ଼ଃ ସଞ୍ଜୟ ରାୟ ଓ ଧର୍ମପତ୍ନୀ ଶର୍ମିଷ୍ଠା ରାୟ ଯୋଗ ଦେଇଥିଲେ | ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ବେହେରା, ସମ୍ମାନିତ… Continue reading ବାବା ପ୍ରତାପେଶ୍ୱର ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ

You cannot copy content of this page