ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର

ପାଣିକୋଇଲି: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ପ୍ରଶିକ୍ଷଣ ଶିବିର ଷଠିପୁର ବିଜେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ୧୨ଟି ଜିଲ୍ଲାର ଡିଜିଟାଲ ମିଡିଆରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ମହାସଂଘର ରାଜ୍ୟ ସଭାପତି ମନୋରଂଜନ ଶତପଥୀଙ୍କ

ଅଧ୍ୟକ୍ଷତାରେ ତଥା କବି ବାଇଧର ମାଝୀଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପ୍ରଶିକ୍ଷକ ଭାବେ ନନ୍ଦିଘୋଷ ଟିଭିର ମୁଖ୍ୟ ଯଯାତି କେଶରୀ ମହାନ୍ତି, ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ, ସୁବାସ ଧଳ ପ୍ରମୁଖ ଯୋଗଦେଇ ଡିଜିଟାଲ ସାମ୍ବାଦିକଙ୍କ କର୍ତ୍ତବ୍ୟ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ, ଯୁବନେତା ସୌମ୍ୟରଂଜନ ଧଳ, ଜିଲ୍ଲା ପରିଷଦ ସଦସ୍ୟ ଉମାକାନ୍ତ ମାଝୀ, ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ, ସୁବାସ ଧଳ, ଅଜମତ ଖାନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବହୁବ୍ୟକ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଡିଜିଟାଲ ମିଡିଆ ମହାସଂଘର ସାଂଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି, ସମ୍ପାଦକ କବିରାଜ ପାତ୍ର, ଜିତୁ ବେହେରା, ବସନ୍ତ ମଲିକ, ନିରୋଜ ସେଠୀ, ଟୁଲୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page