ସରପଞ୍ଚଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ


ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚ
ବାଲିଅନ୍ତା,୨୫|୮ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବିଡ଼ିଓଙ୍କ ଟାଳଟୁଳ ନୀତି ଅଭିଯୋଗରେ ଆଜି ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ସରପଞ୍ଚ ରଶ୍ମିତା ଭୋଇ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ l ସେହିପରି ବିଡ଼ିଓଙ୍କ ଅସହଯୋଗ ଯୋଗୁଁ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜିବା, କଲ୍ୟାଣମଣ୍ଡପ ଏବଂ ହାଟ ନିର୍ମାଣ କରିବାରେ ଅହେତୁକ ବିଳମ୍ବ ହେଉଛି l ବାରମ୍ବାର ବିଡ଼ିଓଙ୍କୁ କହିବା ସତ୍ୱେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ସରପଞ୍ଚ ଶ୍ରୀମତୀ ଭୋଇ କହିଛନ୍ତି l ଏପରିକି ଗତମାସ ୨୭ ରେ ବ୍ଲକରେ ହୋଇଥିବା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ତାଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ ନ କରାଯାଇ ଓଲଟି ଦୁର୍ବ୍ୟବହାର କରାଯାଇଥିବା ସେ କହିଛନ୍ତି l ସରପଞ୍ଚଙ୍କ ଏହି ଧାରଣାକୁ ସମର୍ଥନ ଦେଇଥିଲେ ବିଜେପି ନାରୀନେତ୍ରୀ ଝିଲ୍ଲୀ ସାମନ୍ତରାୟ, ବାଳକାଟି ମଣ୍ଡଳସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ପୂରଣପ୍ରଧାନ ସମିତିସଭ୍ୟା ମମତା ମାହାରୀ, ଉମାଦେଇବ୍ରହ୍ମପୁର ପଞ୍ଚାୟତ ସମିତିସଭ୍ୟ ରଞ୍ଜନ ମହାପାତ୍ର, ଜୟଦେବ ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତିସଭ୍ୟ ଭାବଗ୍ରାହୀ ଗୋଚ୍ଛାୟତ ସମେତ ପଞ୍ଚାୟତର ମହିଳା ଓ ପୁରୁଷମାନେ ଏହି ଧାରଣାରେ ସାମିଲ ହୋଇଥିଲେ l ଧାରଣାସ୍ଥଳରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା, ପ୍ରସନ୍ନ କୁମାର ଜେନା ସମେତ ଏକ ପ୍ଲାଟୁନ ପୁଲିସ ଦଳ ମୁତୟନ ଥିଲେ l ପରେ ତହସିଲଦାର ଲିଲନ ପ୍ରସାଦ ସାହୁ ପହଞ୍ଚି ଧାରଣାରତ ସରପଞ୍ଚ ଏବଂ ତାଙ୍କ ସମର୍ଥକଙ୍କୁ ବୁଝାଶୁଝା କରିବା ପରେ ଧାରଣାରୁ ନିବୃତ୍ତ ରହିଥିଲେ l ଅପରପକ୍ଷରେ ବ୍ଲକଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କୁ ପଚାରିବାରୁ ସରପଞ୍ଚଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଏହା ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page