ସର୍କିଟ ହାଉସ୍ ମାମଲା: ପ୍ରକାଶ ପାଶୱାନଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି….


ରାଉରକେଲା:
ପାନପୋଷ ସର୍କିଟ ହାଉସ୍‌ରୁ ଅସ୍ତ୍ରଶସ୍ତ୍ର ସହ ଅପରାଧୀ ଗିରଫ ମାମଲାରେ ଫେରାର ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କ ବିରୋଧରେ ଏସଡିଜେଏମ୍ କୋର୍ଟ ଜାମିନବିହୀନ ପରୱାନା (ଏନ୍ ବି ଡବ୍ଲ୍ୟୁ) ଜାରି କରିଛନ୍ତି। ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ରାଉରକେଲା ପୁଲିସ ପ୍ରକାଶ ପାଶୱାନଙ୍କୁ ସୋମବାର ସୁଦ୍ଧା ଥାନାରେ ହାଜର ହେବାକୁ ନୋଟିସ ଜାରି କରିଥିଲା। କିନ୍ତୁ ସେ ହାଜର ନହେବାରୁ ପୁଲିସ ତାଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି ପାଇଁ କୋର୍ଟରେ ଆବେଦନ କରିଥିଲା। ଆବେଦନର ଶୁଣାଣି ପରେ ମାନ୍ୟବର ଏସଡିଜେଏମ୍ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ସର୍କିଟ ହାଉସ୍‌ରୁ ବନ୍ଧୁକ ଓ ଗୁଳିଗୋଳା ଜବତ ଘଟଣାରେ ପ୍ରକାଶ ପାଶୱାନଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ଏବଂ ତାଙ୍କୁ ଧରିବା ପାଇଁ ରାଉରକେଲା ପୁଲିସ୍ ର ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page