ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ

ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ସଂସ୍କୃତି ପରମ୍ପରା ର ଆଉ ଏକ ବଡ ପର୍ବ । ଯେଉଁଠାରେ ଦ୍ଭାଇ-ଭଉଣୀ ର ଅନାବିଳ ସ୍ନେହ ପ୍ରେମ, ଭଲ ପାଇବାକୁ ବୁଝାଯାଏ । ଭାଇଟିଏ ପ୍ରତ୍ୟେକ ବର୍ଷ ଚାହିଁ ରହିଥାଏ କେବେ ତାର ଭଉଣୀ ଆସି ତା ହାତରେ ରାକ୍ଷୀ ବାନ୍ଧିବ । ସେମିତି ଭଉଣୀ ଟିଏ ମଧ୍ୟ ତା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଚାତକ ପରି ଚାହିଁ ରହିଥାଏ ।ଆମ ପରଂପରା କୁହେ ସବୁଠାରୁ ଭାଇ-ଭଉଣୀ ର ସଂପର୍କ ଅତି ନିବିଡ । କିନ୍ତୁ ଚଳିତ ବର୍ଷ ରାକ୍ଷା ବନ୍ଧନ କେଉଁଦିନ ପାଳନ ହେବ ସ୍ନେହ ର ଡୋରୀ ରକ୍ଷାବନ୍ଧନ ?ସାଧାରଣରେ ଦ୍ଵନ୍ଦ ସୃଷି ହୋଇଛି ।ଯେହେତୁ ଏହି ବର୍ଷ ପୂର୍ଣ୍ଣିମା ଦୁଇ ଦିନ ପଡ଼ୁଛି ୨୭ ଓ ୨୮ ତାରିଖ । ଏବେ ଆମେ ଆପଣ ଙ୍କ ଦ୍ଵନ୍ଦ ଦୂର କରିବାକୁ ଯାଉଛୁ । କାହିଁକିନା ମୁକ୍ତିମଣ୍ଡପ ପଣ୍ଡିତ ମାନଙ୍କ ମତ ଅନୁସାରେ ଶ୍ରୀମନ୍ଦିର ରେ ଉଦୟ କାଳିନ ବିଧି ଓ ସାଧାରଣ ମନୁଷ୍ୟ କ୍ଷେତ୍ରରେ କର୍ମକାଳୀନ ବିଧୂ ପ୍ରଚଳିତ ହୋଇଥାଏ । ଶ୍ରୀମନ୍ଦିର ରେ ଅଗଷ୍ଠ ୨୮ ତାରିଖ ଦିନ ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନ ପାଳନ ଏବଂ ଜଗନ୍ନାଥଙ୍କ ରକ୍ଷାବନ୍ଧନ ପର୍ବ ପାଳନ ଅନୁଷ୍ଠିତ ହେବ । କିନ୍ତୁ ଅଗଷ୍ଟ ୨୭ ତାରିଖ ସକାଳ ୯ ଘଣ୍ଟା.୮ ମିନଟ୍ ରୁ ଆରମ୍ଭ ହଵ ରକ୍ଷାବନ୍ଧନ ପ୍ରାୟ ୨୮ତାରିଖ ୯ଟା ଯାଏ ରହିବ । ଏହି କ୍ଷେତ୍ରରେ ଶ୍ରୀମନ୍ଦିର ନୀତି ସାଧାରଣ ନୀତି ଠାରୁ ଭିନ୍ନ ହୋଇଥିବାରୁ, ମୁକ୍ତିମଣ୍ଡପର ପଣ୍ଡିତ ମାନେ କହିଛନ୍ତି ଯେ,ସାଧାରଣ ଲୋକମାନେ ଅଗଷ୍ଟ ୨୭ ତାରିଖ ଦିନ ରକ୍ଷାବନ୍ଧନ ପାଳନ କରିପାରିବେ ।

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page