ବାଲିଅନ୍ତା ସମିତି ବୈଠକରେ ସାମ୍ବାଦିକମାନଙ୍କୁ ବାରଣ ପରେ , ଧାରଣାରେ ବସିଲେ ଗଣମାଧ୍ୟମ ପ୍ରତିନିଧି

ବାଲିଅନ୍ତା: ସାମ୍ବାଦିକ ସମାଜ ପାଇଁ ଜାଗ୍ରତ ପ୍ରହରୀ, ଶୃଙ୍ଖଳିତ ସମାଜ ପାଇଁ ସାମ୍ବାଦିକ ମାନଙ୍କ ଯେତିକି ଦାୟିତ୍ଵବୋଧ ଅଛି ପ୍ରଶାସନ ମଧ୍ୟ ଗଣମାଧ୍ଯମକୁ ସହଯୋଗ କରିବା ସେତେ ଗୁରୁତ୍ୱପୁର୍ଣ୍ଣ । କିନ୍ତୁ ଧୀରେ ଧୀରେ କ୍ଷମତା ର ଗର୍ବ ରେ ଅନ୍ଧ ହୋଇ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ଲୋକପ୍ରତିନିଧି। ବାଲିଅନ୍ତା ବ୍ଳକରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାରଣ କରିଯିବା ଘଟଣାକୁ ବିରୋଧ କରିଛନ୍ତି ଉପସ୍ଥିତ ସାମ୍ବାଦିକ। ବାଲିଅନ୍ତା ବ୍ଳକ ସାମ୍ନାରେ ସାମ୍ବାଦିକ ମାନେ… Continue reading ବାଲିଅନ୍ତା ସମିତି ବୈଠକରେ ସାମ୍ବାଦିକମାନଙ୍କୁ ବାରଣ ପରେ , ଧାରଣାରେ ବସିଲେ ଗଣମାଧ୍ୟମ ପ୍ରତିନିଧି

ଧର୍ମଗଡ଼ ଠାରେ ଯୁବ ମହୋତ୍ସବ -୨୦୨୫

ଭବାନୀପାଟଣା, ୨୪/୦୨, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ଓ ଚାଇଲ୍ଡ ଫଣ୍ଡ ଙ୍କ ମିଳିତ ସହଯୋଗରେ ଯୁବ ମହୋତ୍ସବ-୨୦୨୫ ତାରିଖ ୨୪-୦୨-୨୦୨୫ ଦିନ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଜୋନ 2 ଜିଲ୍ଲାପରିଷଦ ସଦସ୍ୟ ଶ୍ରୀହରିଶଙ୍କର ପ୍ରସାଦ ଯୁଏଡ, ମୁଖ୍ୟବକ୍ତା ଭାବେ ପ୍ରକଳ୍ପ ପ୍ରବନ୍ଧ ଆର୍ ସି ଡ଼ି ସି ଜୟନ୍ତ କୁମାର ନାଗ ସମ୍ମାନିତ ଅତିଥି ଭାବେ… Continue reading ଧର୍ମଗଡ଼ ଠାରେ ଯୁବ ମହୋତ୍ସବ -୨୦୨୫

ବଙ୍ଗୁଆରୀ ପ୍ରିମିୟର ଲିଗ -୨୦୨୫ ଉଦଯାପିତ

ବାଲିଅନ୍ତା,୨୩।୨: ପାହାଳ ଥାନା ଅଧୀନ ବଙ୍ଗୁଆରୀ ଖେଳପଡ଼ିଆରେ ୫ ଦିନ ଧରି ଚାଲିଥିବା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପାହାଳ ଥାନା ଅତିରିକ୍ତ ଥାନା ଅଧିକାରୀ ବିଭୂତି ପ୍ରିୟଦର୍ଶୀ ମୁଦୁଲି, ସମାଜସେବୀ ଅକ୍ଷୟ କୁମାର ଲେଙ୍କା, କେଶବ ଓଝା, ଅନୀଲ ପାଣି ପ୍ରମୁଖ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୫ ଓଭର ବିଶିଷ୍ଟ। ଫାଇନାଲ ମ୍ୟାଚରେ ମା ଜାଗୁଳାଇ ଇଲେଭେନ ଓ ରୟାଲ ଚ୍ୟାଲେଞ୍ଜ ମଧ୍ୟରେ… Continue reading ବଙ୍ଗୁଆରୀ ପ୍ରିମିୟର ଲିଗ -୨୦୨୫ ଉଦଯାପିତ

ବଙ୍ଗଡ଼ଦୁଆ ଘାଟି ରେ ମାଲବାହୀ ଟ୍ରକ ଦୁର୍ଘଟଣା

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ ବିପଦ।ଦାରିଙ୍ଗବାଡି, ୨୩/୨: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ବଙ୍ଗଡଦୁଆ ଘାଟିରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଉକ୍ତ ମାଲବାହୀ ଟ୍ରକ ଟି କଞ୍ଚାମାଲ ନେଇ ବ୍ରହ୍ମପୁର ଅଭିମୁଖେ ଗସ୍ତ କରୁଥିବା ବେଳେ ହଠାତ୍ ଘାଟି ଗଡାଣିଆ ରେ ବ୍ରେକ୍ ଫେଲ୍ ହୋଇଥିଲା, ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିଟି କୁ… Continue reading ବଙ୍ଗଡ଼ଦୁଆ ଘାଟି ରେ ମାଲବାହୀ ଟ୍ରକ ଦୁର୍ଘଟଣା

ସରକାରୀ ଅର୍ଥ ହଡପ କରି ସରପଞ୍ଚଙ୍କ ୨ ଜଣ ପୁଅ ଗିରଫ

ଭବାନୀପାଟଣାରେ ଭିଜିଲାନ୍ସ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି, ୨୩/୦୨ (ଜଗନ୍ନାଥ ନାଏକ) : ସରକାରୀ ଟଙ୍କା ଆତ୍ମସାତ ମାମାଳରେ ୨ ଜଣ ଗିରଫ ଉଭୟ ନୂଆପଡା ଜିଲ୍ଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ ଉଦ୍ୟାନବନ୍ଧ ର ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳ ସତ୍ୟବ୍ରତ ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ର ପିଇଓ ହୋଇଥିବା ବେଳେ ତାଙ୍କ ମାଁ ବିଜୟଲଷ୍ମୀ ବରାଳ କୁରେଶ୍ୱର ପଞ୍ଚାୟତ ର ସରପଞ୍ଚ। ତେବେ ସତ୍ୟବ୍ରତଙ୍କ ମାଁ ବିଜୟଲଷ୍ମୀ ବରାଳଙ୍କ… Continue reading ସରକାରୀ ଅର୍ଥ ହଡପ କରି ସରପଞ୍ଚଙ୍କ ୨ ଜଣ ପୁଅ ଗିରଫ

ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି ଗଠନ

ବାଲିଅନ୍ତା: ଉମାଦେଇବ୍ରହ୍ମପୁର ପଂଚାୟତର ଯଶୁଆପୁର ଗ୍ରାମର ପାରିପାର୍ଶିକ ଉନ୍ନତିକରଣ ବିକାଶତ ପଥେ । ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ପରିବେଶ ସୁସ୍ଥ ସମାଜ ଗଠନ ଦିଗରେ ଯଶୁଆପୂର ଗ୍ରାମ ଓଡ଼ିଶାର ଗୋଟିଏ ଆଦର୍ଶ ଗ୍ରାମର ମାନ୍ୟତା ପଥରେ । ରବିବାର ଦିନ 9 ଘଟିକା ସମୟରେ ଜଙ୍ଗଲ ସୁରକ୍ଷା ଉଦେଶ୍ୟରେ ଗଢା ହେଲା ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି। ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଯଶୁଆପୁର ମଶାଣିରେ ଥିବା ଜଙ୍ଗଲର ପୁନରୁଦ୍ଧାର ତା’ର ପରିବେଶ… Continue reading ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି ଗଠନ

କାହା ସ୍ବାର୍ଥ ପାଇଁ ଫିରିଙ୍ଗିଆ ବଜାର ଗୋଷ୍ଠି ଶୌଚାଳୟ

ଫିରିଙ୍ଗିଆ,୨୩l୨: କାର୍ଯ୍ୟରେ ଲାଗିପାରୁନି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବଜାର ଗୋଷ୍ଠି ଶୌଚାଳୟ। ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଥିବା ଗୋଷ୍ଟି ଶୌଚାଳୟ। ତେବେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧୀନରେ ରହିଛି ସମୁଦାୟ ଚୋବିଷ ଟି ପଞ୍ଚାୟତ ନିତିଦିନ ଶତାଧିକ ଲୋକ ଏହି ବଜାର… Continue reading କାହା ସ୍ବାର୍ଥ ପାଇଁ ଫିରିଙ୍ଗିଆ ବଜାର ଗୋଷ୍ଠି ଶୌଚାଳୟ

ତୁର୍କୀ ଗାଁରେ ମୁଣ୍ଡରେ ମଣିଷ ଖିଆ ହାତୀ

ରାତିରେ ନିଆଁ ଜଳାଇ ଜଗୁଛନ୍ତି ଲୋକେ, ବନବିଭାଗ ର ଦେଖା ନାହିଁ କଳାହାଣ୍ଡି,୨୩|୨ (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ଜଙ୍ଗଲୀ ହାତୀ ଉପଦ୍ରବ ଲାଗିରହୁଛି। ଜଙ୍ଗଳୀ ହାତୀପଲ ଗାଁମୁହାଁ ହୋଇଥିବାରୁ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି ହେଲେ ଏକୁଟିଆ ଦନ୍ତା ଟି ଗତ ୨୧ ଦିନ ତଳେ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ବର୍ତ୍ତମାନ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁ ନିକଟରେ… Continue reading ତୁର୍କୀ ଗାଁରେ ମୁଣ୍ଡରେ ମଣିଷ ଖିଆ ହାତୀ

ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି ଭୁବନେଶ୍ୱରସ୍ଥିତ ପଟିଆ ସାଇମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା । ଏହି ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନ୍ ଦ୍ୱାରା ନିର୍ମାଣ କରାଯାଉଥିବାବେଳେ ଏହା ଏକ ଆଦିବାସୀ କାହାଣୀ ଉପରେ ଆଧାରିତ ହୋଇଥିବା ଏହାର ପୋଷ୍ଟରରୁ ଜଣାପଡିଯାଉଛି । ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନର ପ୍ରଥମ ଅବଦାନ ହୋଇଥିବାବେଳେ ଏଥିରେ ନିଦେ୍ର୍ଦଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ, ଏହାସହ ସଂଗୀତ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ସୋମେଶ ଶତପଥୀ ଏବଂ ଷ୍ଟୋରୀ… Continue reading ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ବେକାର ଯୁବକ, ଯୁବତୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

କଳାହାଣ୍ଡି, ୨୩|୨: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡି.ଆଇ.ଇ.ଟି ଅଫିସ ପାଖରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଦୁଇ ହଜାରରୁ ଅଧିକ ଯୁବକ ଯୁବତୀ ମାନଙ୍କୁ ନେଇ ଆଜି ବେକାରୀ ସମସ୍ୟା ଦୂର କରିବା ପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଏଠାରେ ମୁଖ୍ୟ ଅଥିତି ଭାବରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପlୱାର ପ୍ରକାଶ ଯୋଗ ଦାନ କରି ଥିଲେ ଏବଂ ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ମହିଳା… Continue reading ବେକାର ଯୁବକ, ଯୁବତୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

You cannot copy content of this page