ନୀଳାଦ୍ରି ବିଜେ ପରେ ପୁରୀ ବଡ଼ ଦାଣ୍ଡରେ ଆଞ୍ଚଳିକ ବିକାଶ ପରିଷଦର ସ୍ୱଚ୍ଛତା କାର୍ଯ୍ୟକ୍ରମ

ପୁରୀ/ବାଲିଅନ୍ତା ୨୭.୦୭ :-ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତକାଲି ପୁରୀ ବଡ଼ ଦାଣ୍ଡରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପରିଷଦର ଶତାଧିକ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ଯୋଗଦେଇ ବଡ଼ ଦାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ, ପତ୍ର, କାଗଜ ଓ… Continue reading ନୀଳାଦ୍ରି ବିଜେ ପରେ ପୁରୀ ବଡ଼ ଦାଣ୍ଡରେ ଆଞ୍ଚଳିକ ବିକାଶ ପରିଷଦର ସ୍ୱଚ୍ଛତା କାର୍ଯ୍ୟକ୍ରମ

ନିଶା ମୁକ୍ତ ଓଡ଼ିଶା ସଚେତନତା ସଚେତନ ଶିବିର ଅନୁଷ୍ଠିତ।

ବାଲିଅନ୍ତା୨୮/୦୭:- ନିଶା ଖାଇ ସଂସାର ଉଜୁଡାଇବାରେ ଲାଗିଛି। ସରକାର ମଦ କାରବାର ପାଇଁ ଓଡିଶାରେ ଚିନ୍ତନଶିଳ। ଅପର ପକ୍ଷରେ ଅର୍ଥ ଲାଳସାରେ ମଣିଷ ସବୁକିଛି କରିଚାଲିଛନ୍ତି।ନିଶା ଦେଇ ସହଜ ଉପାୟରେ ଅର୍ଥ ଉପାର୍ଜନ କରି ରାତି ପାହିଲେ ସକାଳେ କୋଟିପତି ଲକ୍ଷ୍ୟରେ ଲକ୍ଷ୍ୟ ଭ୍ରଷ୍ଟ ଏ ଆଧୁନିକ ମଣିଷ। ଏହାର ପ୍ରତିକାର ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳ ପ୍ରସାଦ ହାଇସ୍କୁଲର ବିଦ୍ୟାର୍ଥୀଙ୍କୁ ନେଇ ନିଶା ମୁକ୍ତ ଓଡିଶାର ସଚେତନ ଶିବିର… Continue reading ନିଶା ମୁକ୍ତ ଓଡ଼ିଶା ସଚେତନତା ସଚେତନ ଶିବିର ଅନୁଷ୍ଠିତ।

ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ

ବାଲିଅନ୍ତା ୨୭/୭) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସମ୍ପର୍କ’ ତରଫରୁ ବାଲିଅନ୍ତାର ଆରାଧ୍ୟ ଦେବତା ପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ​ଶ୍ରଦ୍ଧାଳୁଙ୍କ ଗହଣରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରଭୁଙ୍କ ନିକଟରେ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହାପରେ ମନ୍ଦିରର ପୂଜକ ପଣ୍ଡିତ ଶ୍ରୀଧର ଦାଶ ପ୍ରଭୁଙ୍କ ନିକଟରେ ବିଧି ପୂର୍ବକ ପୂଜା ଅର୍ଚ୍ଚନା କରିବା ସହ ରସଗୋଲା ପ୍ରସାଦ ଭୋଗ ଲଗାଇଥିଲେ।​ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ… Continue reading ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ

ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l

ରତ୍ନବେଦୀକୁ ଫେରିଲେ ମହାବାହୁ ଭୁବନେଶ୍ୱର ତା 27 ରିଖ l ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ ହୋଇଛି l ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥିଲା l ପହଣ୍ଡି ପାଇଁ ଚାରମାଳ ବନ୍ଧା ଯାଇଥିଲା lମଦନ ମୋହନ ଏବଂ ରାମକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ପ୍ରଥମେ ମନ୍ଦିରକୁ ଅଣl ଯାଇଥିଲା l ଏହା ପରେ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ… Continue reading ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l

ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା।

ବାଲିଅନ୍ତା,୨୭/୭/୨୬(ଗୋବର୍ଦ୍ଧନ ଦାସ) : ପାହାଳ ମିଠା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନୀଳାଦ୍ରି ବିଜୟ ଅବସରରେ ପାହାଳ ବଜାରଠାରେ ‘ରସଗୋଲା ଦିବସ’ ପାଳିତ ହୋଇଯାଇଛି। ପାହାଳ ରସଗୋଲା ବଜାର ସଭାପତି ଓ କର୍ମକର୍ତ୍ତାଙ୍କ ସହଯୋଗରେ ୨୦୧୫ ମସିହାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବେ ପାଳନ କରିଆସୁଛନ୍ତି। ଏହି ଅବସରରେ ଆୟୋଯିତ ସଭାରେ ମୁଖ୍ୟ ଅତିଥି ଭାବେ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ… Continue reading ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା।

ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧି ଉପରେ କର୍ମଶାଳା

ଭୁବନେଶ୍ୱର ତା 26/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ କାରଗିଲ ବିଜୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା l ବରିଷ୍ଠ ଉଦ୍ୟୋଗୀ ଅମୀୟ କୁମାର ମିଶ୍ର ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ତଥା କିପରି ନୂତନ ଉଦ୍ୟୋଗୀ ମାନେ ଆଧୁନିକ ଜ୍ଞାନ… Continue reading ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧି ଉପରେ କର୍ମଶାଳା

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି /ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଭୁବନେଶ୍ୱର ତା 26/07/26 ସ୍ଥାନୀୟ ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ଫାଟକ ସମ୍ମୁଖରେ ସାମାଜିକ ଓ ଗଣମାଧ୍ୟମ ଅନୁଷ୍ଠାନ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ “ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ 27 ତମ କାରଗିଲ ବିଜୟ ଦିବସ ଅବସରରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ମୃତିଚାରଣ କରାଯାଇଥିଲା l ଭାଷାପ୍ରାଣ, ସମାଜସେବୀ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ର,ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ ,ସମାଜସେବୀ ନାରାୟଣ ଖୁଣ୍ଟିଆ, ସଶକ୍ତ ଓଡିଶା… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି /ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ

ଭୁବନେଶ୍ୱର,(ଗୋବର୍ଦ୍ଧନ ଦାସ)୨୬ /୦୭: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସଂଗଠନର ସାଂଗଠନିକ ବିକାଶ, ଡିଜିଟାଲ ମିଡିଆର ସଶକ୍ତିକରଣ ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଲୋଚନା ହୋଇଥିଲା।ବୈଠକରେ ODMMର ରାଜ୍ୟ ସଭାପତି ଶ୍ରୀ ମନୋଜ କୁମାର ଶତପଥୀ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ କବିରାଜ… Continue reading ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ

ପିତା ପୁତ୍ର ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ଚିଲିକା, ୨୭।୭: ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ବ୍ୟାୟବିତ୍,ଲଢ଼ୁଆ ବ୍ୟକ୍ତିତ୍ଵ, ସମାଜସେବୀ ସ୍ବର୍ଗତ ନୃସିଂହ ଚରଣ ସ୍ୱାଇଁ ଓ ତାଙ୍କ ପୁତ୍ର ତଥା ସୀମା ସୁରକ୍ଷା ବଳ ର ବୀର ଯବାନ ସ୍ବର୍ଗତ ପବିତ୍ର ମୋହନ ଶ୍ରୀଚନ୍ଦନ ଙ୍କ ବାର୍ଷିକ ସ୍ମୃତି ଚାରଣ ସଭା ସାନପଦର ସ୍ଥିତ ଭକ୍ତଚରଣ ସ୍ମୃତି ସଦନ ଠାରେ ନୃସିଂହ ପବିତ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମାଙ୍କ ଅଧ୍ୟକ୍ଷତା ଓ ସଂସଦ… Continue reading ପିତା ପୁତ୍ର ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି

ବାଲିଅନ୍ତା 26/07:-ଯେଉଁ ସମୟରେ ଭୁବନେଶ୍ବର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହେଉଥିଲେ , ସେହି ସମୟରେ ଭୁବନେଶ୍ବର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ଵାରା ୧୯୪୬ ମସିହାରେ ଜନ୍ମ ଲାଭ କଲା ପୈ।ର ଚିକିତ୍ସାଳୟ।ପୈ।ର ଚିକିତ୍ସାଳୟରେ ସୁନାମ ଅର୍ଜିତ ଚିକିତ୍ସକଙ୍କ ଦ୍ଵାରା ଜନସାଧାରଣ ଚିକିତ୍ସା କ୍ଷେତ୍ରରେ ଅଭୂତପୂର୍ବ ଉପକାର ପାଇପାରିଲେ।ତୁଣ୍ଡ ବାଇଦର ଶବ୍ଦରେ ୫୦-୧୦୦ କିଲୋମିଟର ରୁ ଅଞ୍ଚଳବାସୀ ଏତେ ଅଧିକ ପରିମାଣର ରୋଗୀ ଆସୁଥିଲେ ଯେ… Continue reading ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି

You cannot copy content of this page