ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ

ବାଲିଅନ୍ତା ୨୭/୭) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସମ୍ପର୍କ’ ତରଫରୁ ବାଲିଅନ୍ତାର ଆରାଧ୍ୟ ଦେବତା ପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ​ଶ୍ରଦ୍ଧାଳୁଙ୍କ ଗହଣରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରଭୁଙ୍କ ନିକଟରେ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହାପରେ ମନ୍ଦିରର ପୂଜକ ପଣ୍ଡିତ ଶ୍ରୀଧର ଦାଶ ପ୍ରଭୁଙ୍କ ନିକଟରେ ବିଧି ପୂର୍ବକ ପୂଜା ଅର୍ଚ୍ଚନା କରିବା ସହ ରସଗୋଲା ପ୍ରସାଦ ଭୋଗ ଲଗାଇଥିଲେ।​ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓସେପା (OSEPA) ଡାଇରେକ୍ଟରଙ୍କ ପିଏସ୍ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ଖୁଣ୍ଟିଆ, ନୀଳମାଧବ ସାହୁ, ଶରତ ବେହେରା, ସୌଭାଗ୍ୟ ସାହୁ, ଦୁଃଶାସନ ପାତ୍ର, ଦୀପକ କୁମାର ସାହୁ, ବିଶ୍ୱଭୂଷଣ ବାରିକ ଓ ବାବାଲା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ମନ୍ଦିର ପରିସର ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶରେ ଭରି ଯାଇଥିଲା।
ପୀତବାସ ଦା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page