ନୀଳାଦ୍ରି ବିଜେ ପରେ ପୁରୀ ବଡ଼ ଦାଣ୍ଡରେ ଆଞ୍ଚଳିକ ବିକାଶ ପରିଷଦର ସ୍ୱଚ୍ଛତା କାର୍ଯ୍ୟକ୍ରମ

ପୁରୀ/ବାଲିଅନ୍ତା ୨୭.୦୭ :-
ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତକାଲି ପୁରୀ ବଡ଼ ଦାଣ୍ଡରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପରିଷଦର ଶତାଧିକ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ଯୋଗଦେଇ ବଡ଼ ଦାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ, ପତ୍ର, କାଗଜ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଧାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଅଂଶଗ୍ରହଣକାରୀମାନେ ମତ ପ୍ରକାଶ କରିଥିଲେ।
ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତାମାନେ କହିଥିଲେ ଯେ, ସମାଜସେବା ଓ ସ୍ୱଚ୍ଛତା ସଚେତନତା କ୍ଷେତ୍ରରେ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ। ଏହି ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ସହ ପବିତ୍ର ଧାମର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ମୂଳ ଉଦ୍ଦେଶ୍ୟ।ପରିଷଦର ସଭାପତି ବୃନ୍ଦାବନ ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page