T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୂଲି ପାରୁନାହିଁନ୍ତି

କୋଲକାତା ୬।୫।୨୦୨୬.ପଶ୍ଚିମ ବଙ୍ଗରେ T M Cର ପରାଜୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ମଧ୍ୟ ଭୂଲି ପାରୁନାହିଁନ୍ତି । ସେଥିପାଇଁ ସେ ବି ଜେ ପି ଏବଂ ନିର୍ବାଚନ କମିଶନଙ୍କ ଉପରେ ଦୋଷ।ରୋଗ କରୁଛନ୍ତି। ଅଜି ବେଙ୍ଗଲରେ ପ୍ରେସ୍ କନ୍‌ଫ୍ରେସନ୍‌ ଡାକି କହିଛନ୍ତି ଯେ ମୁଁ ହାରି ନାହିଁ କି ଆମଦଳ ମଧ୍ୟ ହାରି ନାହିଁ, ତେଣୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁକି ରାଜ ଭବନ ଯିବି ନାହିଁ ।ମମତା କହିଲେ ମୁଁ ଏବେ ମୁକ୍ତ ବହଙ୍ଗ,”ଇଣ୍ଡିଆ ମେଣ୍ଟ” କୁ ଶକ୍ତିଶାଳୀ କରିବାପାଇଁ ମୋତେ ଫୋନ କରିଥିଲେ ସୋନିଆ ଗାନ୍ଧୀ,ରାହୁଲ ଗ।ନ୍ଧୀ,ଅରବିନ୍ଦ କେଜ୍ରିୱ।ଲ, ଅଖିଲେଖ ଯାଦବ, ତେଜସ୍ଵୀ ଯାଦବ,ଉଦ୍ଦବ ଠାକରେ,ହେମନ୍ତ ସୋରେନ ‘”ଇଣ୍ଡିଆ ମେଣ୍ଟ”ର ସବୁ ସହଯୋଗୀ ଦଳ ମୋସହିତ ଅଛନ୍ତି ବୋଲି କହିଛନ୍ତି । ମମତା ବାନାର୍ଜୀ କହିଲେ ଆଗାମୀ ଦିନରେ ଆମର ଏହି ଏକତା ଆହୁରି ମଜଭୂତ ହବ । ମୁଁଜଣେ ସାଧାରଣ ମଣିଷ ଭାବେ ଇଣ୍ଡିଆ ମେଣ୍ଟକୁ ଶକ୍ତିଶାଳୀ କରିବି । ମୋ ପାଖରେ ଏବେ କୈ।ଣସି ପଦବୀ ନାହିଁ, ମୁଁ ଜଣେ ସାଧାରଣ ନାଗରିକ । ଏବେ କେହି କହିପାରିବେନି ମୁଁ ପଦବୀ ବ୍ୟବହାର କରୁଛି । ଏହି ୧୫ ବର୍ଷ ଭିତରେ ମୁଁ ମୋ ଦରମା କି ପେନସନ୍ ରୁ ଟଙ୍କାଟିଏ ବି ନେଇ ନାହିଁ । ଏବେ ମୁଁ ସଂପୂର୍ଣ୍ଣ ସ୍ଵାଧୀନ । ଭୋଟ କାଉଣ୍ଟିନ୍‌ ବେଳେ ମୋ ପେଟକୁ ଗୋଇଠା ମାରିଲେ ମୋତେ ମାଡ ମରାଗଲା ଆକ୍ରମଣ ବେଳେ ସିସିଟିଭି ବନ୍ଦ କରିଦିଆଗଲା । ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ ଅ।ଣି ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କହିଲେ ୨୦୦ CRPF ଯବାନ ଓ ବାହାର ଗୁଣ୍ଡା ଧରି ଗଣତି କେନ୍ଦ୍ରରେ ପଶିଲେ ବି ଜେ ପି କର୍ମୀ । ମୁଁ ୩୦ ହଜାର ଭୋଟରେ ଆଗୁଆ ଥିଲି, ଆମ ଏଜେଣ୍ଟ କୁ ମାଡମାରି ବାହାର କରିଦିଆଗଲା, ଟି ଏମ୍ ସି ମହିଳା ଏଜେଣ୍ଟକୁ ମଧ୍ୟ ଛାଡିଲେ ନାହିଁ । ଆମେ ନିର୍ବାଚନ ହାରି ନାହୁଁ । ଆମକୁ ପରାସ୍ତା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛିି । ନୈତିକ ଭାବରେ ଆମେ ନିର୍ବାଚନ ଜିତିଛୁ । ପରାଜୟ ପଛରେ ଏକ ବଡ଼ ସାଂଘାତିକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page