ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଚିଲିକା, ୮।୯:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମଙ୍ଗଳବାର ଦିନ ବୋଲଗଡ଼ ସଦର ମହକୁମା ସ୍ଥିତ ସରକାରୀ ପି.ଏମ.ଶ୍ରୀ.ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ଓ ସମ୍ମାନିତ ଅତିଥି ଭାବେ… Continue reading ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

ଧର୍ମଗଡ଼, ୭/୯/୨୦୨୬:(ଜନ୍ମେଜୟ ନାଏକ)ଧର୍ମଗଡ଼ ଅନ୍ତର୍ଗତ ଡୁମେରଗୁଡ଼ା ଠାରେ ମାଁ ବସ୍ତରେନ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ଅନନ୍ୟ ପ୍ରଚାରକ ତଥା ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଅମୂଲ୍ୟ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଦୀପକ କୁମାର ସୁନାନୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଦେବାର୍ଚନ ସେଠିଆ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର… Continue reading ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

‘ଶିବମ୍ ଶିକ୍ଷାନୁଷ୍ଠାନ “ରେ ଗୁରୁଦିବସ ପାଳନ/ମା, ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରନ୍ତୁ ଆଜିର ଯୁବପୀଢ଼ି

ଭୁବନେଶ୍ୱର ପ୍ରତିବର୍ଷ ପରି ଚଳିତ ବର୍ଷ “ଶିବମ୍ ଇନଷ୍ଟିଟ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ “ରେ ଗୁରୁଦିବସ ପାଳିତ ହୋଇଯାଇଛି l ମହାନ ଶିକ୍ଷାବିତ, ପ୍ରାକ୍ତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦ୍ବୀପ ପ୍ରଜ୍ଵଳନ ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଅନୁଷ୍ଠାନ ର ନିର୍ଦ୍ଧେଶକ, ଶିକ୍ଷାବିତ ମଦନ ମୋହନ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୁରୁପୂଜନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ… Continue reading ‘ଶିବମ୍ ଶିକ୍ଷାନୁଷ୍ଠାନ “ରେ ଗୁରୁଦିବସ ପାଳନ/ମା, ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରନ୍ତୁ ଆଜିର ଯୁବପୀଢ଼ି

ସମସ୍ୟାରେ ଜର୍ଜରିତ ପୁରୀ ରେଡ଼କ୍ରସ, ସମାଧାନ କେବେ?ବୈଠକ ଅନୁଷ୍ଠିତ

ପୁରୀ, ୬/୯: ସମୁଦ୍ର କୂଳରେ ଗାନ୍ଧୀପାର୍କ ରେ ପୁରୀ ରେଡକ୍ରସ୍ ର ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହେ ରୁ ଅଧିକ ପୁରୀ ରେଡକ୍ରସ୍ ର ସଦସ୍ୟ ଓ ସଦସ୍ୟା, ଅନେକ ବରିଷ୍ଠ ପୁରୁଣା ସଦସ୍ୟ ଓ ଆଇନଜୀବି ସାମ୍ବାଦିକ ଏହି ବୈଠକରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଜୀବନ ସଦସ୍ୟ ନୀଳାଚଳ ଦାସ, ଦୀପକ ପାତ୍ର, ମନୋରଞ୍ଜନ ଜେନା, ନାରାୟଣ ଦାଶ,… Continue reading ସମସ୍ୟାରେ ଜର୍ଜରିତ ପୁରୀ ରେଡ଼କ୍ରସ, ସମାଧାନ କେବେ?ବୈଠକ ଅନୁଷ୍ଠିତ

ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା

ଚିଲିକା, ୬।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ୱରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ରାମପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛ । ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ… Continue reading ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା

ବନ୍ୟା ଯୋଦ୍ଧା ସମ୍ମାନ ପ୍ରଦାନଆଶାର ଦିଶା ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର; ଜୟଦେଵ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ । ଏହି ସଂଗଠନ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅନେକ କର୍କଟ ପିଡୀତଙ୍କ ମୁହଁରେ ହସ ଫୁଟେଇ ପାରିଛି । ଚଳିତ ବନ୍ୟାରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇଛନ୍ତି ସେମାନଙ୍କୁ ସଂଗଠନ ବନ୍ୟା ଯୋଦ୍ଧା ଗୌରବ ସମ୍ମାନ ପ୍ରଦାନ କରିଛି । ଏହାସହ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ… Continue reading ବନ୍ୟା ଯୋଦ୍ଧା ସମ୍ମାନ ପ୍ରଦାନଆଶାର ଦିଶା ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଙ୍ଗଲ ଜମିରେ ‘ଅଫିସ୍‌’—ଶେଷରେ ଚାଲିଲା ବୁଲଡୋଜର…

ରାଉରକେଲା ସର୍କିଟ୍‌ ହାଉସ୍‌ ବନ୍ଧୁକ ଓ ଗ୍ୟାଙ୍ଗ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ଅବୈଧ ନିର୍ମାଣକୁ ଭାଙ୍ଗିଛି ବନ ବିଭାଗ।ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ୍‌ ଅଫିସ୍‌ ଉପରେ ଶେଷରେ ଚାଲିଛି ପ୍ରଶାସନର ବୁଲଡୋଜର। ରାଉରକେଲା ସର୍କିଟ୍‌ ହାଉସ୍‌ ବନ୍ଧୁକ ଓ ଗ୍ୟାଙ୍ଗ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ, ନିଲମ୍ବିତ ବିଜେପି ଯୁବନେତା ତଥା ଆରଏମ୍‌ସି ପ୍ରତିନିଧି ପ୍ରକାଶ ପାଶୱାନଙ୍କ ଦ୍ୱାରା ସଂରକ୍ଷିତ ଜଙ୍ଗଲ ଜମିରେ ଏହି ଅବୈଧ ନିର୍ମାଣ… Continue reading ଜଙ୍ଗଲ ଜମିରେ ‘ଅଫିସ୍‌’—ଶେଷରେ ଚାଲିଲା ବୁଲଡୋଜର…

ଜାଗୃତିକା ତରଫରୁ ନନ୍ଦ ଉତ୍ସବ ପାଳିତ ।

ଚିଲିକା, ୫ ।୯: ପ୍ରତିବର୍ଷ ପରି ଚଳିତ ବର୍ଷ ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ ‘ଆଶିଷ ଭବନ’ ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତିଙ୍କ ତତ୍ବାବଧାନରେ ଅନୁଷ୍ଠିତ ନନ୍ଦ ଉତ୍ସବର ପ୍ରାରମ୍ଭରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମାଙ୍କୁ ଏକ ସୁସର୍ଜିତ ଦୋଳିରେ ଉପବେଶନ କରାଯାଇ ଧୂପ, ଦୀପ ଓ ପୁଷ୍ପ ଅର୍ପଣ ପୂର୍ବକ ବନ୍ଦାପନା କରାଯାଇଥିଲା । ଏହାପରେ ସଂଗୀତଜ୍ଞ… Continue reading ଜାଗୃତିକା ତରଫରୁ ନନ୍ଦ ଉତ୍ସବ ପାଳିତ ।

୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬

ବାଲିଅନ୍ତା ୦୫/୦୯( ଗୋବର୍ଦ୍ଧନ ଦାସ):-ଶାନ୍ତିସ୍ତୁପ, ଗ୍ରୀନ ଜୟଦେବ ଟ୍ରଷ୍ଟ ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ଅବସରରେ ନିର୍ମାଣ କଲେଜ ଅଡିଟୋରିୟମରେ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସୁରେଶ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରୀୟାନ ରବିନ୍ଦ୍ର ସାହୁ, ମାର୍କଫେଡ୍ ଅଧ୍ୟକ୍ଷା କବିତା ପରିଡ଼ା, ଶିକ୍ଷାବିତ୍ ପ୍ରମୋଦ ପାଢ଼ୀ,… Continue reading ୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬

କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲରେ ଗୁରୁଦିବସ ପାଳିତ

ଚିଲିକା, ୫ । ୯: ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡଳସ୍ଥ ଯୁବଜ୍ୟୋତି ହାଇସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘ଗୁରୁଦିବସ’ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରିଥିଲେ । ଏହାପରେ ଗୁରୁଦିବସ ସଭାରେ ଯୋଗ ଦେଇଥିବା ଅତିଥିମାନେ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଛାତ୍ର ଛାତ୍ରୀମାନେ ଅକ୍ଷତ , ଚନ୍ଦନ, ପୁଷ୍ପ ଓ ଉତ୍ତରୀୟ ଦେଇ ପଦବନ୍ଦନା କରିବା… Continue reading କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲରେ ଗୁରୁଦିବସ ପାଳିତ

You cannot copy content of this page