ଅତୀତର ସ୍ମୃତି ପଟଳରେ ଆଜି ବି ବଞ୍ଚିଛି କଣ୍ଢେଇ ବିବାହରଙ୍ଗଣୀସାହିରେ ନିଆରା କଣ୍ଢେଇ ବିବାହ ପାଳିଲେ କୁମାରୀ

ବାଲିଅନ୍ତା,୨୫|୧୦: ବାଜାବାଣ, ରୋଷଣି ସାଙ୍ଗକୁ ଆଲୋକ ମାଳାରେ ଝଲସି ଉଠିଥିଲା ପ୍ରତାପଶାସନ ପଞ୍ଚାୟତ ବାଳକାଟିର ବିଭିନ୍ନ ସାହିର ଗାଁଦାଣ୍ଡ । ମନ୍ତ୍ରଧ୍ୱନିରେ କମ୍ପୁଥୁଲା ବିବାହ ମଣ୍ଡପ l ମାତ୍ର ଏଥିରେ ନଥିଲେ ସତ ସତିକା ବରକନ୍ୟା l ବିବାହ ହେଉଥିଲା ଦୁଇଜଣ କନ୍ୟାଙ୍କ ମଧ୍ୟରେ । ଯାହାକୁ ଆମ ସମାଜରେ କଣ୍ଢେଇ ବାହାଘର ବା କୁମାରୀ ବିବାହ କୁହାଯାଏ । ଅଶ୍ୱିନୀ ମାସର ଶେଷ ଦିନ ଅର୍ଥାତ କୁମାରପୂର୍ଣମୀ ଦିନ ଗାଁର କୁଆଁରୀ ଝିଅ ଏବଂ ନବ ବିବାହିତ ମହିଳା ମାନେ ଏହି ବିବାହ ଆୟୋଜନ କରିଥାନ୍ତି l କ୍ରମବଦ୍ଧିଷ୍ଣୁ ସମାଜରେ ଧୂରେଧୀରେ ଜନମାନସରୁ ଅତୀତର ସେହି ସ୍ମୃତି ପଟଳରୁ ଲିଭି ଯାଉଥିବା ଏଭଳି ଏକ ପୁରାତନ ପରମ୍ପରାକୁ ମନେରଖୁବା ପାଇଁ ଆଜିବି ବଞ୍ଚି ରହିଛି କଣ୍ଢେଇ ବିବାହ। ବାଲିଅନ୍ତା ବ୍ଳକ ବାଳକାଟି ସ୍ଥିତ ରଙ୍ଗଣୀସାହି ଗ୍ରାମରେ ଆୟୋଜନ କରାଯାଇଥିଲା ଏହି କଣ୍ଢେଇ ବିବାହ l ଚଳିତ ବର୍ଷ ଏହି ପୂର୍ଣ୍ଣମୀ ୨ ଦିନ ପଡିଥିବାରୁ ଆଜି ଏହି ଉତ୍ସବକୁ ଧୂମଧାମରେ ପାଳନ କରିଛନ୍ତି ରଙ୍ଗଣୀସାହି ଗ୍ରାମର କୁମାରୀ ମାନେ । ସାମାଜିକ ପରମ୍ପରା ଓ ଯଥା ରିତୀନିତା ଅନୁସାରେ ଗତମାସରେ ସ୍ଥାନୀୟ ମନ୍ଦିରରେ ବରକନ୍ୟାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ ପରେ ଜାଈବତି ଅନୁକୂଳ ମଙ୍ଗନ ଓ ମେହେନ୍ଦି କାର୍ଯ୍ୟକ୍ରମ ହୋଇଥୁଲା । ବିବାହ ଦିନ ସକାଳୁ ସକାଳୁ କନ୍ୟାଘର ଲୋକେ ଗ୍ରାମଦେବତୀଙ୍କ ନିକଟକୁ ଦିଅଁ ମଙ୍ଗୁଳିଆ ପରେ ବାଡ଼ୁହ ପାଣିରେ କନ୍ୟାକୁ ଗଧୋଇବା ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଶାଢି ପିନ୍ଧାଇ କନ୍ୟାଙ୍କୁ ଗୋଟେ ଘରେ ବସାଇଥିଲେ । ପରେ ବରଘର ପକ୍ଷରୁ ସୁସଜିତ କାରରେ ବର ଓ ବରଯାତ୍ରୀ ବାଜାବାଣ ରୋଷଣିରେ କନ୍ୟା ଘରକୁ ଆସିଥିଲେ । ତା ପରେ କନ୍ୟାପିତା ବରକୁ ବାଟବରଣି ପରେ ଆରମ୍ଭ ହୁଏ ବୈଦିକ ରାତିରେ ବିବାହ କାର୍ଯ୍ୟ । ସତମନ୍ତ୍ରରେ କେବଳ ୨ କନ୍ୟାଙ୍କ ମଧ୍ୟରେ ବିବାହ ବେସ ଆନନ୍ଦଉଲ୍ଲାସ ଦେଇଥୁଲା ଗ୍ରାମବାସୀଙ୍କୁ l ଉତ୍ସାହ ଉଦ୍ଦୀପନାରେ ଏହି ବିବାହକୁ ମହାଡ଼ମ୍ବରରେ ପାଳନ କରିଥିଲେ କୁମାରୀମାନେ l ବେଦମନ୍ତ୍ର ପରେ ହାତ ଗଣ୍ଠି ଶଳାବିଧା, କଉଡ଼ି ଖେଳ ଆଦି କାର୍ଯ୍ୟ କରାଯିବା ପରେ ବନ୍ଦାଣ କରାଯାଇଥିଲା । ଏହି ଉତ୍ସବରେ ବର ଭୂମିକାରେ ଜୟଶ୍ରୀ ସାହୁ, ଓ କନ୍ୟା ଭୂମିକାରେ ସିଦ୍ଧି ତୁଲାଇଥିବା ବେଳେ ବରପିତା ସୁଦନ ଓ କନ୍ୟାପିତା ଭାବେ ବାସୁଦେବ ତୁଲାଇଥିଲେ । ପୁରୋହିତ ଭାବେ ସତ୍ୟଜିତ ଓ ବ୍ରାହ୍ମଣ ରୁଦ୍ରଙ୍କ ମନ୍ତ୍ରଧ୍ୱନିରେ ବରକନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଆୟୁଷି ହାତଗଣ୍ଡି ଫିଟାଇଥିବା ବେଳେ ସାଇ ଶଳାବିଧା ମାରିଥିଲେ । ଏହି କାର୍ଯ୍ୟକ୍ର ମକୁ ଗ୍ରାମର ଜ୍ୟୋତି, ସୁଇଟ, ବନ୍ଦନା, ଜିତ ସମେତ ଗ୍ରାମର ମହିଳା ଓ ଯୁବଗୋଷ୍ଠୀ ସହଯୋଗ କରିଥିବା ବେଳେ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, ନାରୀନେତ୍ରୀ ଝିଲ୍ଲୀ ସାମନ୍ତରାୟ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ବରକନ୍ୟାକୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଶେଷରେ ବରକନ୍ୟାଙ୍କୁ ବାଜା ରୋଷଣୀରେ ବିଦା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page