ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଲାଞ୍ଜିଗଡ଼ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ ପାଲିତ

କଳାହାଣ୍ଡି,୧୫|୪(ପ୍ୟାରିଲାଲ ଦୁର୍ଗା):ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଶାଖା ତରଫରୁ ଛତ୍ରପୁର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି |ଲାଞ୍ଜିଗଡ ବ୍ଳକର ହାରାହାରି ୧୨ ଟି ପଞ୍ଚାୟତରୁ ଶହ ଶହ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ଲାଞ୍ଜିଗଡ଼ ଜଗନ୍ନାଥପୁର ଏନଭିଏନ ଦେଇ ଛତ୍ରପୁରରେ ପହଞ୍ଚିଥିଲେ | ବାବାସାହେବ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ୍ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା | ମଞ୍ଚାସୀନ ଥିଲେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହୀମସାଗର ମହାନନ୍ଦ ବାଲ୍ମିକୀ ସମାଜ ଜିଲ୍ଲା ସଭାପତି ହୃଷିକେଶ ନାଏକ, ଅରବିନ୍ଦ ପଟ୍ଟନାୟକ ,କୃଷ୍ଣ ଦୁର୍ଗା, ସୁଦର୍ଶନ ଗରଡିଆ, ନନ୍ଦକିଶୋର ନାଏକ, ବ୍ରଜକିଶୋର କୌଶଳିଆ, ମୁରଲି ବାତ୍ରା ସଭାପତିତ୍ବ କରିଥିବା ବେଳେ ବୈକୁଣ୍ଠ ନାଏକ ଓ ଅନନ୍ତ ପାଳ ସଭା ପରିଚାଳନା କରିଥିଲେ | ଅବହେଳିତ ଶୋଷିତ ବଞ୍ଚିତ ସମାଜ କେମିତି ଶିକ୍ଷା ସମାଜିକ ଆର୍ଥିକ ବ୍ୟବସ୍ଥାରେ ସମାନତା ଆଣିବା ସହ ଦେଶକୁ ଜାତି ଧର୍ମ ଉର୍ଦ୍ଧ୍ଵରେ ଏକତ୍ରୀତ ହୋଇ ମାନବବାଦ ପ୍ରତିଷ୍ଠା କରିବା ବାବାସାହେବ ଆମ୍ବେଦକର ଙ୍କ ସ୍ଵପ୍ନ କୁ ସାକାର କରିବା ଦେଶର ସମସ୍ତ ନାଗରିକଙ୍କ ଦାୟିତ୍ବ ବୋଲି ସମସ୍ତ ବକ୍ତା କହିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜିତୁ ବାତ୍ରା ରାମେଶ୍ବର ନାଏକ ସହ ଛତ୍ରପୁରର ସମସ୍ତ ଯୁବ ସାଥିମାନେ ପରିଚାଳନା କରିଥିବା ବେଳେ ୧୨ ଟି ପଞ୍ଚାୟତର ଅନେକ ସାଥୀ ସହଯୋଗ କରିଥିଲେ |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page