ଅସ୍ତରଙ୍ଗ ରେ ଜିଲ୍ଲାପାଳଙ୍କ ବିନା ଚାଲିଲା ଯୁଗ୍ମ ଜନଶୁଣାଣୀ

:-ଜନଶୁଣାଣୀ ରେ ଉଠିଲା ବସ ସମସ୍ୟା ଶହ ପିଏମ ଆବାସ
:-ମାତ୍ର ୩୬ଟି ଅଭିଯୋଗ ପଞ୍ଜିକୃତ
କାକଟପୁର,୦୮/୦୬:-ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହାର ଆଭିମୁଖ୍ୟ ହେଉଛି ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଗୋଟିଏ ମଞ୍ଚ ଅବା ଗୋଟିଏ ସ୍ଥାନରେ ବସି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ଏବଂ ସେହି ସ୍ଥାନରେ ହିଁ ସମାଧାନ କରିବେ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଂଚାୟତ ସମିତି ସଭାଗୃହ ମଧ୍ୟରେ ଦେଖିବାକୁ ମିଳିଥିଲା ଜିଲ୍ଲାପାଳ ଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ଅନୁପସ୍ଥିତ ଥିଲେ।
ଖବର ମୁତାବକ ସୋମବାର ପୂର୍ବାହ୍ନ ରେ ଅସ୍ତରଙ୍ଗ ବ୍ଲକ ପରିସରରେ ବ୍ଲକ ଅଧକ୍ଷା ଆରତୀ ନାଏକ ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ )ଶରତ ଚନ୍ଦ୍ର ବେହେରା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଅସ୍ତରଙ୍ଗ ବିଡ଼ିଓ, ନିମାପଡା ଉପଖଣ୍ଡ ଅଧିକାରୀ ଙ୍କ ଶହ ବିଭିନ୍ନ ବିଭାଗ ଅଧିକାରୀ, ଅଧିକାରିଣୀ ପ୍ରମୁଖ ଉପସ୍ଥିତ ଥିଲେ। ଯାହା ବୈଠକ ରେ ଦେଖା ଯାଇଥିଲା ଅନେକ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ ଅନୁପସ୍ଥିତ ଥିଲେ।ଶିବିର ରେ ମୋଟ ମାତ୍ର ୩୬ଟି ଅଭିଯୋଗ ପଞ୍ଜିକୃତ ମଧ୍ୟରୁ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ରହିଥିଲା।ଅଥଚ ଏହି ଶିବିର ପାଇଁ ମଞ୍ଚ, ଜଳପାନ, ଟିଫିନ ଓ ଅଧିକାରୀଙ୍କ ଗାଡି ଭଡା ବାବଦ କୁ ସରକାରୀ ପାଣ୍ଠିରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଉଛି।

ପୂର୍ବରୁ ଶିବିର ରେ ଲୋକେ ଯେଉଁ ସମସ୍ୟା ନେଇ ବର୍ଷ ବର୍ଷ ଧରି ବାରମ୍ବାର ଅଭିଯୋଗ କରିଆସୁଛନ୍ତି, ତାହାର ଆଜି ଯାଏଁ ସମାଧାନ ହୋଇନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବଂଚିତ ସ୍ୱାମୀ ପରିତ୍ୟକ୍ତା ଲୋଚନ ବେହେରା ପୁନର୍ବାର ଘର ପାଇଁ ଗୁହାରୀ କରିଥିଲେ। ଛୁରିଆନା ପଂଚାୟତ ର ୬ଜଣ ହିତାଧିକାରୀ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ପିଇଓ ତଦନ୍ତ କରିନଥିବାରୁ ସେମାନେ ଆଜି ପୁନର୍ବାର ଆବେଦନ କରିଛନ୍ତି। ଅସ୍ତରଙ୍ଗ କୁ ବସ ପରମିଟ ଥିଲେ ମଧ୍ୟ ଏଠାରେ ବସଷ୍ଟାଣ୍ଡ ନଥିବାରୁ ବସ ଗୁଡିକ ଆସୁନାହାନ୍ତି। ଫଳରେ ରାତିରେ ଯାତ୍ରୀ ମାନଙ୍କୁ କାକଟପୁର ରେ ଓଲ୍ହାଇ ଦିଆଯାଉଛି। କାକଟପୁର ରୁ ରାତି ଅଧରେ ଅସ୍ତରଙ୍ଗ ଫେରିବା ବିପଦପୂର୍ଣ୍ଣ ହେଉଥିବା ନେଇ ବିରଞ୍ଚି ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ବିଡମ୍ବନା ବିଷୟ ବିଭାଗର ମୁଖ୍ୟ ଅଧିକାରୀ ଙ୍କ ଅନୁପସ୍ଥିତ ଯୋଗୁଁ ଶିବିର କେବଳ “ଦରଖାସ୍ତ ସଂଗ୍ରହ କେନ୍ଦ୍ର “ପାଲଟିଗଲା।ଶିବିର ଶେଷରେ ଲୋକେ ପ୍ରଶ୍ନ କରିଥିଲେ “ଯେତେ ବେଳେ ସମାଧାନ କ୍ଷମତା ଥିବା ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟ ଅନେକ ବିଭାଗ ର ଆସିବେନି, ତେବେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏ ନାଟକ କାହିଁକି ? ପୁରୁଣା ୧୦୦ରୁ ଅଧିକ ଅଭିଯୋଗ ସମାଧାନ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇନାହିଁ। ସରକାର ଯଦି ସତରେ ଲୋକଙ୍କ ସମସ୍ୟା ସମାଧାନ ଚାହୁଁଛନ୍ତି, ତେବେ ପ୍ରଥମେ ଜିଲ୍ଲାପାଳ ଓ ସମସ୍ତ ବିଭାଗ ମୁଖ୍ୟଙ୍କୁ ଉପସ୍ଥିତି ନିଶ୍ଚିତ କରନ୍ତୁ ଓ ପୁରୁଣା ଅଭିଯୋଗ ସମାଧାନ ପାଇଁ ସମୟ ସୀମା ଧାର୍ଯ୍ୟ କରନ୍ତୁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page