ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ୫ ତାରିଖରେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଅନେକ ବରିଷ୍ଠ ଅଫିସର ଇସ୍ତଫା ଦେବା ଆରମ୍ଭ କରିଛନ୍ତି । କେତେକଙ୍କ କାର୍ଯ୍ୟକାଳ ଅତିବେଶୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ସମାନ ଥିବାରୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ ଗତ ନଭେମ୍ବର ମାସରେ ନିଯୁକ୍ତି ପାଇଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବୁଧବାର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ସାଧାରଣ ପ୍ରଶାସନ ବିଭାଗ ଗ୍ରହଣ କରିନେଇଛି । ସେହିଭଳି ପୂର୍ବରୁ ଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଆର. ବାଲକ୍ରିଷ୍ଣନ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ହେବା ପରେ ଆର ବାଲକ୍ରିଷ୍ଣନଙ୍କୁ ସ୍ୱତନ୍ତ୍ର ଉପକ୍ରମ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ବାଲକ୍ରିଷ୍ଣନଙ୍କୁ ମୁଖ୍ୟ ସଚିବ ପାହ୍ୟାରେ ନିଯୁକ୍ତି ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏଭଳି କିଛି ଉଚ୍ଚ ପାହ୍ୟାରେ ନିଯୁକ୍ତ ହେଉଥିବା ବ୍ୟକ୍ତିଙ୍କୁ ସାଧାରଣତଃ ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ମିଳିଥାଏ । ସେହିଭଳି ପ୍ରଥମ ଥର ପାଇଁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗରେ ଠିକାରେ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ମନୋଜ କୁମାର ମିଶ୍ର ମଧ୍ୟ ଇସ୍ତଫା ଦେଇଛନ୍ତି । ୨୦୨୨ ଡିସେମ୍ବର ୨୮ ତାରିଖରେ ସେ ରେଳବାଇ ଅଧିକାରୀ ପଦରୁ ସ୍ୱେଚ୍ଛାକୃତ ଅବସର ନେବା ମାତ୍ରେ ତା’ ପରଦିନଠାରୁ ତାଙ୍କୁ ସେହି ବିଭାଗରେ ଠିକାରେ ପ୍ରମୁଖ ସଚିବ ରଖାଯାଇଥିଲା । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସ୍ୱତନ୍ତ୍ର ଅଧିକାରୀ ଭାବେ ବି କାମ କରିଥିଲେ । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଦେଖିଲେ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏବେ ପ୍ରାୟ ୨୦ ଜଣ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ସ୍ତରରେ କାମ କରୁଛନ୍ତି । ନୂଆ ସରକାର ଆସିବା ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଥିବାରୁ ଏଭଳି ଇସ୍ତଫାର ଧାରା ଅଧିକ ଲମ୍ବିପାରେ ବୋଲି ଆଲୋଚନା ହେଉଛି । ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ ।
ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍ ବାଲକ୍ରିଷ୍ଣନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବୋଲଗଡ଼ରେ ଉଲ୍ଲାସ ଆକଳନ ଅନୁଷ୍ଠିତ
ବୋଲଗଡ଼, ୨୧ | ୯: ବୋଲଗଡ଼ ମଣ୍ଡଳରେ ସମସ୍ତ ସରକାରୀ ବିଦ୍ୟାଳୟରେ ମୋଟରେ ୫୪୯୯ ଜଣ ଶିକ୍ଷାର୍ଥୀପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସର୍ଭେୟର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉଲ୍ଲାସ ପରୀକ୍ଷା ଦେଇଥିଲ।ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର
ହରିପୁରରେ ମୁଣ୍ମୟୀ ଦୁର୍ଗାଦେବୀଙ୍କ ଉଦ୍ଦେଶ୍ୟରେ ମୃତ୍ତିକା ଅନୁକୂଳ
ଚିଲିକା, ୨୧ ।୯: ପାର୍ବଣ ଋତୁର ଶାରଦୀୟ ପୂଜା ଆଗମନରେ କାଶତଣ୍ଡୀ ଫୁଲର ଆବରଣରେ ମା'ଦୁର୍ଗାଦେବୀଙ୍କ ଧରାପୃଷ୍ଠ ଅବତରଣକୁ ସ୍ୱାଗତ ଜଣାଇବା ପାଇଁ ସମସ୍ତ ସହର, ବଜାର ଓ ପୁରପଲ୍ଲୀର ଦୁର୍ଗାମଣ୍ଡପ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଲାଣି | ଏହି ଅବସରରେ ବିଭିନ୍ନ
ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି : ସ୍କୁଲ, ନର୍ସରୀ, କ୍ୟାଟେରିଙ୍ଗ, ରଦି ଜିନିଷର ହୋଲସେଲ
ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି ଓ ଜମି ମାଫିଆଙ୍କ ଲୁଲୁପ ଦୃଷ୍ଟି ଓ ବୁଦ୍ଧ ଧର୍ମର ପ୍ରସାର ସ୍ଥାନ ଏବେ ଆଉ ଏକ ବ୍ୟବସାୟ ସ୍ଥଳ ପାଲଟିଛି ।ନର୍ସରୀ, କ୍ୟାଟେରିଙ୍ଗ, ପୁରୁଣା ରଦି ଜିନିଷ ବିକ୍ରୟ କେନ୍ଦ୍ର, ହଲ୍ ଭଡ଼ା, ଖାଇବା
ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ଅନୁଷ୍ଠିତ
ଭୁବନେଶ୍ୱର ତା 20/09/26 ପ୍ରଥମ ଓଡ଼ିଆ ବାରିଷ୍ଠର, ମହାନ ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ରତ୍ନ, ସମାଜ ସଂସ୍କାରକ ସ୍ବର୍ଗତ ବିଶ୍ୱନାଥ ମିଶ୍ରଙ୍କ ପୁଣ୍ୟତିଥି ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
“ବସ୍ତି କୁ ଚାଲ” ଅଭିଯାନ — ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର ତା 20/09/26ବସ୍ତିବାସୀଙ୍କ ସହ ପୋଲିସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ସମୁଦାୟ ଭିତ୍ତିକ ପୋଲିସିଂକୁ ଆହୁରି ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ କମିସନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ “ବସ୍ତି କୁ ଚାଲ” ପଦକ୍ଷେପ ଉପରେ ଅର୍ଦ୍ଧଦିବସୀୟ “Sensitization Training Programme”
ଗ୍ରାମାଞ୍ଚଳରେ ଗଣିତ ଶିକ୍ଷାକୁ ସହଜ କରୁଛି ‘EDUMATHINODIA’
ଶିକ୍ଷାର୍ଥୀଙ୍କ ପାଇଁ YouTube Shorts ମାଧ୍ୟମରେ ଗଣିତର ସହଜ କୌଶଳ ଓ ପରୀକ୍ଷା ପ୍ରସ୍ତୁତିଦେଉଳି, ଖୋର୍ଦ୍ଧା: ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ଜ୍ଞାନକୁ ସହଜ ଓ ଆକର୍ଷଣୀୟ ଭାବେ ପହଞ୍ଚାଇବା ଉଦ୍ଦେଶ୍ୟରେ ‘EDUMATHINODIA’ YouTube ଚ୍ୟାନେଲ୍ ଶିକ୍ଷାମୂଳକ Shorts ଭିଡିଓ ପ୍ରସ୍ତୁତ
ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡାଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ଚିଲିକା, ୨୦।୯:ପଣ୍ଡିତ ଗୋଦାବରୀଶ ମିଶ୍ର, ପାଇକକବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପରଶୁରାମ ହରିଚନ୍ଦନ ଙ୍କ ସମସାମୟିକ ବିଶିଷ୍ଟ ବ୍ରିଟିଶ ଅମଳର ଓଡ଼ିଆ ଡାକ୍ତର, ଐତିହାସିକ ତଥା ସାହିତ୍ୟିକ ସ୍ୱର୍ଗତ ରାଧା ଚରଣ ପଣ୍ଡା ଙ୍କ ପୁଣ୍ୟ ଜୟନ୍ତୀ ଆଗାମୀ ଅକ୍ଟୋବର
ପରମ୍ପରା ପାଲଟିବ ଭୁବନେଶ୍ୱର ବୟୋଜ୍ୟେଷ୍ଠ ଉତ୍ସବ
ଭୁବନେଶ୍ୱର ତା ୧୮. ୦୯, ଏକାକାର ହେଇଗଲେ ପରସ୍ପର ବିରୋଧି ବୟସ୍କ ସଂଗଠନ ସବୁ ll ନା ଥିଲା ଅହଂକାର, ନା ଥିଲା ହମବଡ଼ା ଭାବ ll ଜୀବନକୁ ଅଲଗା ଢଙ୍ଗରେ ଜିଇଁବାକୁ କାନ୍ଧରେ କାନ୍ଧ ଲଗେଇଦେଲେ, ପାଦରେ ପାଦ ଛନ୍ଦିଦେଲେ
ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |
ଚିଲିକା, ୧୮।୯:ନାଚୁଣୀର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ"ଜାଗୃତିକା" ତରଫରୁ ମୁକ୍ତି ଚିନ୍ତନ ପରିଷଦର ବରିଷ୍ଠ ଉପଦେଷ୍ଟା, ଗାୟକ ରତ୍ନ ଲୋକନାଥ କର ଜୟନ୍ତୀ କମିଟିର ସଦସ୍ୟ ତଥା ସମାଜସେବୀ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ
ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ନାଚୁଣୀ ୟୁକୋ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା
ଗାନ୍ଧୀ ମଣିଷ ଦୋଳେଗାବିନ୍ଦସ୍ୱାଧୀନତା ସଂଗ୍ରାମୀ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧ ପାଳନ
ଭୁବେନଶ୍ୱର, ୧୬.୯ : ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟୋର ଭୁବେନଶ୍ୱର ବୁଦ୍ଧମନ୍ଦିର ସଭାଗୃହେର ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ରଙ୍କ ପୌରହିତ୍ୟେର ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ, ପୂବର୍ତନ ମନ୍ତ୍ରୀ ସ୍ୱଗର୍ତ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ପୂଣ୍ୟତିଥି
ଫିଲ୍ମ ଷ୍ଟାଇଲରେ ଲୁଟ୍ ଉଦ୍ୟମ; ବ୍ୟାଙ୍କ କର୍ମଚାରୀଙ୍କ ସାହସରେ ଫେଲ୍ ମାରିଲା ଲୁଟେରାଙ୍କ ଯୋଜନା!
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିକଟରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ କର୍ମଚାରୀଙ୍କ ସାହସ ଓ ପ୍ରତିରୋଧ ଯୋଗୁଁ ଲୁଟେରାଙ୍କ ଯୋଜନା
କୌଶଲ୍ୟାଗଙ୍ଗ ଫାଣ୍ଡିରେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ।
ଆଣ୍ଠୁଏ ପାଣିରେ ପଶିଲେ ଦେବେ ଫାଣ୍ଡିରେ ଏତଲା। ବାଲିଅନ୍ତା ୧୬/୦୯ (ଗୋବର୍ଦ୍ଧନ ଦାସ):- ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଛକ ମୁଖ୍ୟରାସ୍ତାରୁ ମାତ୍ର ୨/୩ ଶହ ମିଟର ଦୂରରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅବସ୍ଥାପିତା। ଫାଣ୍ଡି ଆଗରେ ଅସରାଏ ବର୍ଷା ହେଲେ ପାଣି
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ।
ଚିଲିକା,୧୬ I୯: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ଉପଲକ୍ଷେ ବାଣପୁର ସତସଙ୍ଗ ବିହାର ଠାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଦୀଘ୍ର ଏକ ମାସ ଧରି ଚାଲିଥିବା ସତସଙ୍ଗ ପରିକ୍ରମାର ଉଦ୍ ଯାପନୀ ଦିବସରେ ବହୁ ଭକ୍ତଙ୍କର
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛିବ୍ରହ୍ମଲୀନ ବ୍ରହ୍ମ ଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ଵ ଆଦେଶ ଅନୁସାରେ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ "ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ " ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମିଶନର ସଭାପତି ପ୍ରଦୋଷ କୁମାର ଦାସ
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ
ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ
ବାଣପୁରରେ ମହାଆଡମ୍ବରରେ ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଣପୁର,: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬, ଦାସଘର ସାହି ଠାରେ ଓଁ ଶ୍ରୀ ଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ଏକ ଭବ୍ୟ
ବାଲୁଗାଁ ଥାନାରେ ନୂତନ SI ଭାବେ ଯୋଗ ଦେଲେ ଜଗନ୍ନାଥ ସେଠୀ
(*ବାଲୁଗାଁ)ବାଲୁଗାଁ ଥାନାରେ ନୂତନ ସବ୍-ଇନ୍ସପେକ୍ଟର ଭାବେ ଜଗନ୍ନାଥ ସେଠୀ ଆଜି ଯୋଗ ଦେଇଛନ୍ତି। ସୂଚନନୁଯାୟୀ, ଜଗନ୍ନାଥ ସେଠୀ ଜଣେ ଅଭିଜ୍ଞ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ବେଶ୍ ପରିଚିତ।ପୂର୍ବରୁ କାର୍ଯ୍ୟରତ ଥିବା SI ଙ୍କ ବଦଳି ପରେ ଶୂନ୍ୟ ପଡିଥିବା
ବିକାଶଶୀଳ ଓଡ଼ିଶା ଗଠନ ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ୨୦୩୬ର ଉପାଦାନ ହେଉ।
ଭୁବନେଶ୍ୱର / ପାରାଳାଖେମୁଣ୍ଡି - ୧୪ /୨୬ ବିଶ୍ୱନାଥ ଫଙ୍କସନ ହଲ,ରାଜଦାଣ୍ଡ ସାହି,ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଗଜପତି
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ବୋଲଗଡ଼ରେ ଉଲ୍ଲାସ ଆକଳନ ଅନୁଷ୍ଠିତ
ହରିପୁରରେ ମୁଣ୍ମୟୀ ଦୁର୍ଗାଦେବୀଙ୍କ ଉଦ୍ଦେଶ୍ୟରେ ମୃତ୍ତିକା ଅନୁକୂଳ