ଭୁବନେଶ୍ୱର ତା 27/10/26ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଓ ଆଲୋଚନା ଚକ୍ର ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗୀ, ସମାଜସେବୀ ଜ୍ଞାନ ରଞ୍ଜନ ଦାସ ଉପସ୍ଥିତ ରହିବା ସହ ଯେ କୌଣସି କାର୍ଯ୍ୟରେ ନିଷ୍ଠା, ଏକାଗ୍ରତା, ଅଧ୍ୟବସାୟ ଦ୍ୱାରା ଜଣେ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ନିଜ ସଫଳତାର କାହାଣୀ କହିବା ସହିତ ଏହା ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଅଧ୍ୟକ୍ଷ ମତ ବ୍ୟକ୍ତ କରିଥିଲେ l

ଜାନକୀ ବାବୁଙ୍କ ସ୍ବପ୍ନ ଥିଲା ହଜାର ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା, ବାସ୍ତବ କ୍ଷେତ୍ରରେ କିଛି ମାତ୍ରାରେ ଏହାର ରୂପାୟନ ହୋଇଥିବା ବେଳେ ଯୁବ ଉଦ୍ୟୋଗୀଙ୍କ ଦକ୍ଷତା ଦ୍ୱାରା ସମ୍ଭବ ହୋଇ ପାରିବ l ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀଙ୍କ ସମୂହ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ଗୁରୁତ୍ୱଆରୋପ କରିବା ସହ ଯୁବ ଉଦ୍ୟୋଗୀଙ୍କୁ “ଓଡିଶା ଉଦ୍ୟୋଗୀ ପରିବାର “ପ୍ରୋତ୍ସାହନ ଓ ଆବଶ୍ୟକ ସୂଚନା ସର୍ବଦା ପ୍ରଦାନ କରି ଆସୁଛି ବୋଲି କହିଥିଲେ l ଅନ୍ୟ ତମ ଅତିଥି ଭାବେ ଅନାମ ବାବା ନିଜ ମତ ରଖିଥିଲେ l ଏହି ଅବସରରେ ଯୁବ ଉଦ୍ୟୋଗୀ ଅଙ୍କନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ସି, ଇ, ଓ ଅମୀୟ କୁମାର ମିଶ୍ର ଙ୍କ ସହିତ ଓଡିଶା ଉଦ୍ୟୋଗୀ ପରିବାରର ସଦସ୍ୟ ପରିଚାଳନା କରିଥିଲେ