ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଅକ୍ଷୀମୁଠି ଅନୁକୂଳ।

ବାଲିଅନ୍ତା ୨୦/୦୪:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାହାଳ ନିକଟସ୍ଥ ଜୋହଳ ଗ୍ରାମରେ ଅକ୍ଷୀମୁଠି ଅନୁକୂଳ କରାଯାଇଛି|ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଭୂମି ପୂଜନ ଓ ଲଙ୍ଗଳ ପୂଜା କରାଯାଇଥିଲା|ଓଜେସି ନେତା ବାସୁଦେବ ଭଟ୍ଟ କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ|ପୂଜା କାର୍ଯ୍ୟ ପରେ ନଡ଼ିଆ ବାଡେଇ ନିଜେ ଟ୍ରାକ୍ଟର ଚଲାଇ ହଳ କରିଥିଲେ|ବରିଷ୍ଠ ନେତା ପ୍ରଦୀପ ପ୍ରଧାନ,ନିକୁଞ୍ଜ ପଶାୟତ,ମନୋଜ ଜେନା, ନଯିବୁର ରେହେମାନ ଖାନ ,ଶୁଭେନ୍ଦୁ ମଲ୍ଲିକ,ସଂଗ୍ରାମ ମାଝୀ, ଅମିତ ଦାଶ ପ୍ରମୁଖ ଙ୍କ ସହ ଜମିରେ ଧାନ ବୁଣିଥିଲେ|ଏହି ଅବସରରେ ମୋକିମ ଓଡ଼ିଶାର ଚାଷୀମାନଙ୍କ ସମସ୍ୟା ପ୍ରତି ଗଭୀର ଉଦବେଗ ପ୍ରକାଶ କରିଥିଲେ|ଚାଷୀ ମାନଙ୍କୁ ସାର ବିହନ ଯୋଗାଇବାରେ ବିଫଳ ଶୀତଳଭଣ୍ଡାର ,ଉନ୍ନତ କୃଷି ଉପକରଣ,ମଣ୍ଡି ସମସ୍ୟା ଜଳସେଚନ ଓ ଜଳ ନିଷ୍କାସନ ଭଳି ସମସ୍ୟାର ସମାଧାନ ପାଇଁ କୌଣସି ସରକାର ଚେଷ୍ଟା କରୁନଥିବା କହିଛନ୍ତି |ଚାଷୀ ମାନଙ୍କ ପାଇଁ ଆଗାମୀ ଦିନରେ ଓଜେସି ଲଢେଇ ଜାରି ରଖିବ ବୋଲି ମୋକିମ କହିଥିଲେ|ପରିଶେଷରେ ୧୦ ଜଣ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା|ବିଚିତ୍ରାନନ୍ଦ ଭୋଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ|ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅନିଲ ବେଉରା,ଅର୍ଯ୍ୟବିର ଲେଙ୍କା,ସୂର୍ଯ୍ୟକାନ୍ତ ରାଉତ,ବଂଶୀଧର ଭୋଳ, ସୁଜିତ ସ୍ୱାଇଁ,ଦୀପକ ବେହେରା,ବିଭୂତି ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page