ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହିଳାଙ୍କ ଆଦର୍ଶ ଥିଲେ ନନ୍ଦିନୀ ଶତପଥୀ


ଭୁବନେଶ୍ୱର ତା 09/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକା ତଥା ବହୁମୁଖି ପ୍ରତିଭାଦୀପ୍ତା ବ୍ୟକ୍ତିତ୍ୱ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ 96 ତମ ଜୟନ୍ତୀ ସ୍ଥାନୀୟ ସୂର୍ଯ୍ୟନଗର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶ୍ରୀଯୁକ୍ତ ଶତପଥୀ ନନ୍ଦିନୀ ଥିଲେ ଏକାଧାରରେ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଦକ୍ଷ, ନିଷ୍ଠାପର ସ୍ପଷ୍ଟ ବାଦୀ ସହିତ ଭୁସଂସ୍କାର ଆଇନ ଆଣିବା, କୃଷି, କୃଷକଙ୍କ ଉନ୍ନତି ପାଇଁ ସମର୍ପିତ ଭାବେ କାର୍ଯ୍ୟକ୍ରମ କରିବା, ସମଗ୍ର ମହିଳାଙ୍କ କଲ୍ୟାଣ ନିମିତ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିବା, ସାହିତ୍ୟ ମାଧ୍ୟମରେ ସମାଜ ଓ ମହିଳାଙ୍କ ବୈପ୍ଲବିକ ଉନ୍ନତି କରିବା ପ୍ରମୁଖ ଥିଲା ତାଙ୍କର ସ୍ୱତନ୍ତ୍ର ପରିଚୟ l ଏହି ଅବସରରେ ଅନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, ପ୍ରାକ୍ତନ ସାଂସଦ ତଥା ଧରିତ୍ରୀ ଓ ଓରିଶା ପୋଷ୍ଟ ସମ୍ପାଦକ ତଥାଗତ ଶତପଥୀ, କାର୍ଯ୍ୟନିର୍ବାହୀ ଆଧ୍ୟାଶା ଶତପଥୀ, ପ୍ରାକ୍ତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସୁରସେନ ଜେନା,ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ପୁଜ୍ୟପୂଜା ପ୍ରାଣ ଗିରିଜା ମହାପାତ୍ର, ବିଜୟ କୁମାର ପ୍ରଧାନ,ବିଜୟ ପରିଡା ଅନୁ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଆଜିର ଯୁବ ପୀଢ଼ି ବିଶେଷ ଭାବେ ମହିଳା ମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଧରିତ୍ରୀ ପରିବାରଙ୍କ ସହିତ ବିଭିନ୍ନ ସାଂସ୍କୃତିକ ସଂଗଠନ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page