କପିଳେଶ୍ଵର ଜମିର ପୁନଉଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ସେବାୟତଙ୍କ ଦାବିପତ୍ର

ବାଲିଅନ୍ତା୦୬/୦୭:- ଶ୍ରୀ କପିଳେଶ୍ଵର ମହାଦେବ ଜମିର ପୁନଉଦ୍ଧାର ପାଇଁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଭୁବନେଶ୍ଵର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜନ ଜାଗରଣ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ସୂଚନା ମୁତାବକ ଶ୍ରୀ କପିଳେଶ୍ଵର ମହାଦେବ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ଦେବ। ପୂର୍ବକାଳରୁ ମନ୍ଦିର ପରିଚାଳନା ପାଇଁ ସେବାୟତଙ୍କ ନାମରେ ପ୍ରାଚୀନ କାଳରୁ ବିପୁଳ ପରିମାଣର ଜମି ଓଡ଼ିଶାର ବିଭିନ୍ନ ସ୍ଥାନରେ ନାମରେ ଜମିରହିଛି। ସେଥି ମଧ୍ୟରୁ ବାଲିଅନ୍ତା ତହସିଲ ଅଞ୍ଚଳର ପ୍ରତାପରୁଦ୍ରପୁର ମୌଜାର ନମ୍ବର ୧ ର ଖାତା ନଂ-୨ରେ ଶ୍ରୀ କପିଳେଶ୍ଵର ମହାଦେବଙ୍କ ନାମରେ ଏକ ଏକର ଶହେ ନବେ ଡିସିମିଲ ଜମି ସେବାୟତ ମାର୍ପଦାର ନାଁ ରହିଛି । ଏହି ଜମିର ମାର୍ପଦାର ପଦ୍ମଚରଣ ମଲ୍ଲିଆ ଅଛନ୍ତି । ଏହି ଜମିର ଧାନ ଖଞ୍ଜା ଆଦାୟ ପାଇଁ ଦେବୋତ୍ତର କମିଶନର ନିକଟରେ ମାମଲା ରୁଜୁ ହୋଇଛି । ହେଲେ ଦୁଃଖର ବିଷୟ ଏହି ଜମିକୁ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମାଡ଼ି ବସିଛନ୍ତି । ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିବାରୁ ସେମାନେ ଆକ୍ରମଣ କରିବା ଧମକ ଦେଉଛନ୍ତି । ସରକାର ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଠାକୁରଙ୍କ ଜମି ପୁନଉଦ୍ଧାର ହୋଇପାରିବ ବୋଲି ସେବାୟତ ମାନେ ମତବ୍ୟକ୍ତ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page