କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାର ଦ୍ୱାରା ଆୟୋଜିତ ଦେବସ୍ମୃତି ଉତ୍ସବ ୨୦୨୬ରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର ।

ଭୁବନେଶ୍ୱର (୩୧.୦୫.୨୦୨୬): ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରା ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ “ଦେବସ୍ମୃତି ମହୋତ୍ସବ ୨୦୨୬” (ଏକ ଓଡ଼ିଶୀ ନୃତ୍ୟର ସନ୍ଧ୍ୟା) ଆୟୋଜନ କରିଥିଲା । ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ ଓ ତାର ପ୍ରଚାର କରିବା ସହ ଓଡ଼ିଶୀ ନୃତ୍ୟକୁ ପାରମ୍ପରିକ ଆଦିବାସୀ ଓ ଲୋକନୃତ୍ୟରେ ସଂଯୋଗ କରାଇବା ଏହି ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ।ସନ୍ଧ୍ୟାର ପ୍ରଥମ ଓଡ଼ିଶୀ ପରିବେଷଣରେ ଥିଲା “ମଙ୍ଗଳାଚରଣ – ଲକ୍ଷ୍ମୀ ନୃସିଂହ ଧ୍ୟାନ”, ଯାହାକୁ ଡ଼ା. ପ୍ରିୟଙ୍କା, ତନିଶା, ସାଇ ଦୁର୍ଗା, ଶ୍ରଦ୍ଧା, ପ୍ରିୟାଂଶୀ, ଶିଖ୍ୟାଂଶୀ ଏବଂ କୃଷ୍ଣପ୍ରିୟା ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା “ନବରସ”, ଯାହାକୁ ଦୀପିକା, ସୁଭାଶ୍ରୀ, ଗୁଲମିନି, ସୋନାଲି, ମଧୁ ଏବଂ ହରପ୍ରିୟା ପ୍ରଦର୍ଶନ କରିଥିଲେ । ଏହା ପରେ ଓଡ଼ିଆ ଅଭିନୟ “କେଡ଼େ ଛନ୍ଦ” ଶ୍ରୀଜିତା, ଆକାଶ, ଶିବାଂଶୀ, ହର୍ଶଲ୍ଲୀ, ତନିଶା, ଶ୍ରେୟାଂଶୀ, ଶିବାଙ୍ଗୀ, ଶ୍ରଦ୍ଧା ଏବଂ ଆଦିଶାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା “ଦଶାବତାର”, ଯାହାକୁ ସୁଲଗ୍ନା, ଅଭିସିକ୍ତା, ଆରାଧ୍ୟା, ଆଦିତ୍ୟ, ସିଦ୍ଧିକ୍ଷା ଏବଂ ଶ୍ରୀଜିତା ପ୍ରଦର୍ଶନ କରିଥିଲେ। ଏହା ପରେ ଓଡ଼ିଆ ଅଭିନୟ “ଉଠିଲୁ ଏଡ଼େ ବେଗି” ଅନ୍ୱେଷା, ତକ୍ଷ୍ଭୀ, ଦିବ୍ୟଶ୍ରୀ, ଅଙ୍କିତା, ହର୍ଷିତା, ଭାବ୍ୟାଂଶୀ ଏବଂ ଆଦିଶାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ପରେ ଓଡ଼ିଆ ଅଭିନୟ “ମାନଉଧାରଣ” ତ୍ରିଶା, ଲୋପିତା, ତନିଶା ଏବଂ କୃଷ୍ଣପ୍ରିୟାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ତାହା ପରେ ରୁତୁଜା ଏବଂ ଅଙ୍କିତାଙ୍କ ଦ୍ୱାରା ଯୁଗଳ ଓଡ଼ିଶୀ ନୃତ୍ୟ “ଶିବାଷ୍ଟକ” ପ୍ରସ୍ତୁତ ହୋଇଥିଲା । ସନ୍ଧ୍ୟାର ଶେଷ ପ୍ରସ୍ତୁତି ଥିଲା “କୃଷ୍ଣାୟ ତୁଭ୍ୟଂ ନମଃ”, ଯାହାକୁ ଗୁରୁ ରାମାକାନ୍ତ ସାହୁଙ୍କ ନେତୃତ୍ୱରେ କଟକର ତ୍ରିନେତ୍ର କଳା କୁଞ୍ଜର ଶିଳ୍ପୀମାନେ ପ୍ରଦର୍ଶନ କରିଥିଲେ। ସମସ୍ତ ନୃତ୍ୟର ନୃତ୍ୟନିର୍ଦ୍ଦେଶନା ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା କରିଥିଲେ । ତ୍ରିଧାରାର ନୃତ୍ୟଶିଳ୍ପୀମାନଙ୍କର ସ୍ରୋତସ୍ୱିନୀ ସୌନ୍ଦର୍ଯ୍ୟ, ନିଖୁତ ଶରୀର ଚାଳନା, ଅଦ୍ଭୁତ ସଠିକତା ଏବଂ ଆକର୍ଷଣୀୟ ଭଙ୍ଗିମା ଓ ମୁଦ୍ରା ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ବାନ୍ଧିରଖିଥିଲା। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୁଭେନ୍ଦୁ ଦାସ, ଗୁରୁ ଯସ୍ୱାସୀ ମିଶ୍ର, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା, ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ତ୍ରିଧାରା ଦ୍ୱାରା ଅନୁଷ୍ଠିତ ଆନ୍ତର୍ଜାତୀୟ ସମର ଓଡ଼ିଶୀ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ନୃତ୍ୟଶିଳ୍ପୀମାନେ ଦେବସ୍ମୃତି ମହୋତ୍ସବରେ ସେମାନଙ୍କର ନୃତ୍ୟ ପାରଦର୍ଶିତା ପ୍ରଦର୍ଶିତ କରିଥିଲେ । ପୁଣ୍ୟଦର୍ଶନ ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲା ବେଳେ ତ୍ରିଧାରାର ସହକାରୀ ନିର୍ଦ୍ଦେଶକ ପ୍ରଭୁତୋଷ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page