ଖଣ୍ଡଗିରି ଶ୍ରୀମଦ୍ ବାବା ବଳିଆଙ୍କ ଆଶ୍ରମରେ ତୁଳସୀ ଉପବନ ଉଦ୍ଘାଟିତ


ଭୁବନେଶ୍ୱର, ୨୫.୧୦ : ଖଣ୍ଡଗିରିର ପାଦଦେଶରେ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତିଷ୍ଠିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ କେନ୍ଦ୍ରାପଡ଼ାର ପ୍ରଭୁ ବଳଭଦ୍ରଙ୍କ ଉଦେ୍ଦଶ୍ୟରେ ଶ୍ରୀଅଙ୍ଗ ତୁଳସୀ ସେବା ପାଇଁ ଏକ ତୁଳସୀ ଉପବନକୁ ପ୍ରଭୁଙ୍କ ପ୍ରତି ସମର୍ପିତ ତୁଳସୀ ବାବା ଭାବେ ପରିଚିତ ବାବା ଶ୍ରୀ ରାମଚରଣ ଦାସ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରବିବାର ପ୍ରଭୁ ଶିଶୁ ଅନନ୍ତଙ୍କ ଗାଦୀ ପ୍ରତିଷ୍ଠା ଦିବସ ଅବସରରେ, ଆଶ୍ରମ ପରିସରରେ ବିଶିଷ୍ଟ ବ୍ୟକ୍ତିମାନେ ତୁଳସୀ •ରା ରୋପଣ କରିବା ପରେ ଏକ ସଂକ୍ଷିପ୍ତ ସଭାରେ ଆଶ୍ରମର ଅଧ୍ୟକ୍ଷ ବାବା ରଧେଶ୍ୟାମ ଦାସ ରାଜୁଭାଇ ଅଧ୍ୟକ୍ଷତା କରିଥିଲେ । ଉଦ୍ଘାଟକ ତୁଳସୀ ବାବା ତାଙ୍କ ଆଶୀର୍ବଚନରେ କହିଲେ ଯେ, ପ୍ରଭୁଙ୍କ ଇଚ୍ଛାରେ ଓ ଶ୍ରୀମଦ୍ ବାବା ବଳିଆଙ୍କ ଆଶୀର୍ବାଦରେ ଏ କାର୍ଯ୍ୟଟି ହୋଇଥିବାରୁ ଆମ୍ଭଭଳି ସେବକର ଖୁସି କହିଲେ ନସରେ । ତୁଳସୀ ତ ମୋ ସାଆନ୍ତଙ୍କର ଅତି ପ୍ରିୟ, ତା ସହିତ ଦୟଣା ବାସ୍ନାଯୁକ୍ତ ଫୁଲ ବଗି•ର ମଧ୍ୟ ଆବଶ୍ୟକତା ରହିଛି । ପ୍ରଭୁ ହିଁ ଲେ ହିଁ ତାଙ୍କ କାର୍ଯ୍ୟ ହୋଇଥାଏ ।
ଅନନ୍ତପ୍ରଭାର ସମ୍ପାଦକ ତଥା ଶ୍ରୀମଦ୍ ବାବାଙ୍କ ପ୍ରତି ସମର୍ପିତ ବାବା ପ୍ରଣବାନନ୍ଦ ଦାସ ମନୁଭାଇଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ହଜାର ହଜାର ବର୍ଷର ସଂସ୍କୃତିରେ ତୁଳସୀ ବୃକ୍ଷର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମ ଋଷିମାନେ ତୁଳସୀ ବୃକ୍ଷର ଔଷଧୀୟ ଗୁଣକୁ ଉପଲବ୍ଧô କରି ତାର ସୁରକ୍ଷା ପାଇଁ ଧାର୍ମିକ ଦୃଷ୍ଟିକୋଣ ଦ୍ୱାରା ସଚେତନତା ସୃଷ୍ଟି କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବା ପରମାତ୍ମା ଦାସ, ବାବା ମଦନମୋହନ ଦାସ, ମାତା ମଧୁସ୍ମିତା ଦାସ, ବିକାଶ କୁମାର ସାହୁ, ନିରଞ୍ଜନ ବାଘ, ସତ୍ୟ ପଟ୍ଟନାୟକ, ଚିନ୍ମୟ ସାହୁ, ଶଙ୍କର୍ଷଣ ସାହୁ, ପ୍ରମୋଦ ମହାପାତ୍ର, ଦିପ୍ତିରଞ୍ଜନ ଦିକ୍ଷିତ, ରଶ୍ମିରଞ୍ଜନ ମଲ୍ଲ, ବୀଣାପାଣି ମହାନ୍ତି, ଅନନ୍ତ ନାରାୟଣ ମହାନ୍ତି, ରମାକାନ୍ତ ମହାନ୍ତି, ବିଭୂତି ଭୂଷଣ ସାହୁ, ପ୍ରଦୀପ ଦାସ ମହାପାତ୍ର, ପ୍ରମୋଦ ମହାନ୍ତି, ପ୍ରକାଶ ଦାସ, ଅରୁଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠର ବ୍ରହ୍ମ•ରୀମାନେ ବେଦପାଠ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page