ଗୁରୁପୂର୍ଣ୍ଣିମା ଅବସରରେ —

ଅରବିନ୍ଦ ତ୍ରିପାଠୀ
ଭଗବାନ ବିଷ୍ଣୁଙ୍କ ଅବତାର ବ୍ୟାସ ଦେବଙ୍କ ଭୂମିଷ୍ଠ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ l ପୁରାଣ ଶାସ୍ତ୍ର ମାନଙ୍କରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥିବା କୁହାଯାଇଛି l ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦୀପନି, ପାଣ୍ଡଵ ଓ କୌରବଙ୍କ ଗ ଦ୍ରୋଣାଚାର୍ଯ୍ୟ, ଦେବତାଙ୍କ ବୃହସ୍ପତି, ଦୈତ୍ୟ ମାନଙ୍କ ଶୁକ୍ରାଚାର୍ଯ୍ୟ ପ୍ରମୁଖ ଜ୍ୱଳନ୍ତ ଉଦାହରଣ l ଯୋଗୀଶ୍ବର ଭଗବାନ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବ ସମସ୍ତ ସଂସାରର ଗୁରୁ ରୂପେ ପୂଜା ପାଇ ଆସୁଛନ୍ତି ଅନ୍ଧାରରୁ ଆଲୋକକୁ ନେବା ସହିତ, ଶିକ୍ଷା, ସଂସ୍କାର, ନୀତି, ନୈତିକତା ପ୍ରମୁଖ ଗୁରୁ ଆମକୁ ପ୍ରଦାନ କରନ୍ତି l ପିତା, ମାତା, ଶିକ୍ଷକ, ଦୀକ୍ଷାଗୁରୁଙ୍କ ସମ୍ପର୍କରେ କହିବାର ଯୋଗ୍ୟତା କାହାର ବି ନାହିଁ l ଗୁରୁଙ୍କୁ ଇଶ୍ୱରଙ୍କ ସହିତ ତୁଳନା କରାଯାଇଛି l “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମବ୍ରହ୍ମ ତସମୈଶ୍ରୀ ଗୁରୁବେ ନମଃ l ଉକ୍ତ ପରମ୍ପରା ଆମର ବହୁ ପୁରାତନ ଓ ସଂକୃତି ସମ୍ପନ୍ନ l ହଜାର ହଜାର ବର୍ଷର ସନାତନ ଓ ଶାଶ୍ୱତ ପରମ୍ପରା ଭାବେ ଏହା ପରିଗଣିତ ହୋଇଛି l ଆଦର୍ଶ ମୂଲ୍ୟବୋଧ, ଚରିତ୍ର ଗଠନ, ଜ୍ଞାନ ତଥା ସମାଜରେ ନିଜ କର୍ତ୍ତବ୍ୟ ଠିକ ଭାବେ କରି କିପରି ଜୀବନ ବଞ୍ଚିବାକୁ ହେବ ତାହାର ମାର୍ଗ ପ୍ରଶସ୍ତ କରିଥାନ୍ତି l ଗୁରୁଙ୍କ ସମ୍ପର୍କରେ କହିବା ଅବା ଲେଖିବାର ଯୋଗ୍ୟତା କାହାର ହୋଇ ନ ପାରେ l ଆମର ପୁଜ୍ୟ ସମସ୍ତ ଗୁରୁଙ୍କୁ ଆଜିର ପବିତ୍ର ଦିବସରେ କୋଟି ପ୍ରଣାମ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page