ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତା

ଧର୍ମଗଡ ୮/୯: ଜନ୍ମେଜୟ ନାଏକ
ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ ଏଆରସି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସରକାରୀ ସେବା ଓ ସୁବିଧା ହାସଲ କରିଥିଲେ।
ଶିବିରକୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ, ଏବିଡିଓ ବିଜୟ କୁମାର ନାଏକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ମିଶ୍ର, ବୃଷଭ ନାଏକ, ଜୟକୃଷ୍ଣ ସାହୁ, ଜୟନ୍ତ ସିଂ, ଦୋଳମଣି ପ୍ରଧାନ, ବରିଷ୍ଠ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଚନ୍ଦ୍ରଶେଖର ମୁଣ୍ଡ, ବିଶ୍ୱରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଶିବିରରେ ମୋଟ ୩୫୯ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜୀକରଣ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୫୦ ଜଣଙ୍କୁ ନୂତନ ଉଦ୍ୟମ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।ସେହିପରି ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ ୨୩ ଜଣ ଛାତ୍ରଛାତ୍ରୀଙ୍କୁ ଜାତୀୟ ଛାତ୍ରବୃତ୍ତି ପାଇଁ ମନୋନୀତକରାଯାଇଛିଅନ୍ୟପକ୍ଷରେ ୩୮ ଜଣଙ୍କୁ ମଧୁବାବୁପେନସନଯୋଜନାଅଧୀନରେ ଭତ୍ତା ପ୍ରଦାନ ପାଇଁ ଚିହ୍ନଟକରାଯାଇଛି।
ଶିବିରରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସହାୟକ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ୨ ଜଣଙ୍କୁଟ୍ରାଇସାଇକେଲ, ଜଣଙ୍କୁ ହ୍ୱିଲ୍‌ଚେୟାର ଓ ୨ ଜଣ ଦୃଷ୍ଟିହୀନଙ୍କୁ ସ୍ପେଶାଲ ବ୍ଲାଇଣ୍ଡ ଷ୍ଟିକ୍‌ ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ଦୈନନ୍ଦିନ ଜୀବନରେ ହିତାଧିକାରୀମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା କରାଯାଇଛି। ଅନ୍ୟପଟେ ଶିବିରର ଏକ ବିଶେଷ ଆକର୍ଷଣ ଥିଲା ରୋବୋଟିକ୍ ଥେରାପି ୟୁନିଟ୍‌। ଏହି ୟୁନିଟ୍‌ ମାଧ୍ୟମରେ ୪୦ ଜଣ ରୋଗୀଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ସେଥିରୁ ୨୦ ଜଣଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।ସେହିପରି ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ୟୁନିଟ୍‌ ପକ୍ଷରୁ ୩୨ ଜଣ ହିତାଧିକାରୀଙ୍କ ପାଇଁ କୃତ୍ରିମ ଅଙ୍ଗ ଓ ଆବଶ୍ୟକ ସହାୟକ ଉପକରଣ ନିର୍ଦ୍ଧାରଣ କରାଯାଇଛି। ଏହି ଉପକରଣଗୁଡ଼ିକ ପରବର୍ତ୍ତୀ ସମୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।ଭିନ୍ନକ୍ଷମଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଚିକିତ୍ସା, ଶିକ୍ଷା, ପେନସନ, ଉପକରଣ ଓ ସ୍ୱାବଲମ୍ବନର ସୁଯୋଗ ଯୋଗାଇଦେବା ଦିଗରେ ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା। ଶିବିରରେ ଏକାଧିକ ସେବା ଏକ ସ୍ଥାନରେ ମିଳିଥିବାରୁ ହିତାଧିକାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page