ବୋଲଗଡ଼, ୨୭/୧୦: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ସମସ୍ତ ବିଦ୍ୟାଳୟ ଦଶହରା ଅବକାଶ ପରେ ମଙ୍ଗଳବାର ଦିନ ଖୋଲୁଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ଦ୍ଵାରା ଜାରି ଏସ୍.ଓ.ପି .ର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଉକ୍ତ ଦିବସରେ ସମ୍ପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ,ହରିରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଖଙ୍ଗୁରିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ବୋଲଗଡ଼ ସଦର ମହକୁମା ସ୍ଥିତ ପି.ଏମ୍.ଶ୍ରୀ.ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନରେ ଯାଇ ବିଦ୍ୟାଳୟ

ପ୍ରକୋଷ୍ଠ,ହତା, ରୋଷେଇ ଗୃହ,ଶୌଚାଳୟ ଆଦି ର ପରିଷ୍କାର ପରିଚ୍ଛନ୍ନତା, ନିରାପଦ ବ୍ୟବସ୍ଥା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରୋଷ୍ଟର ଡ୍ୟୁଟି ରେଜିଷ୍ଟର,ଲେସନ ନୋଟ୍, ଉପସ୍ଥାନ ଖାତା, ଛାତ୍ର ଛାତ୍ରୀଙ୍କ ଗୃହ କର୍ମ ଖାତା,ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ତଦାରଖ କରିବା ସହ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଇଂରାଜୀ ଶିକ୍ଷାଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଉପରୋକ୍ତ ୪ଟି ବିଦ୍ୟାଳୟ ବାତ୍ୟା ଓ ବର୍ଷା ଉପରେ ଜାରି ମାନକ କାର୍ଯ୍ୟ ପ୍ରଣାଳୀ ଅନୁସାରେ କାର୍ଯ୍ୟ କରିଥିବାରୁ ଶ୍ରୀ ସ୍ୱାଇଁ ପ୍ରଧାନଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ,ରାନୁମା ପ୍ରଧାନ, ସବିତା ସୁବୁଦ୍ଧି ଓ ମଞ୍ଜୁବାଳା ବଳିୟାର ସିଂହଙ୍କୁ ଧନ୍ୟବାଦ ଜଣାଇଥିଲେ।

କଲ୍ୟାଣୀ ସାମନ୍ତସିଂହାର
ବୋଲଗଡ ପ୍ରତିନିଧି