ଜୟଦେବ କଲେଜରେ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ ପ୍ରତିଯୋଗିତା ଅନୁଷ୍ଠିତ।

ବାଲିଅନ୍ତା, ୨୧/୪/୨୬(ଗୋବର୍ଦ୍ଧନ ଦାସ) : ଭୁବନେଶ୍ଵର ୪ନଂ ୱାଡ଼ ସ୍ଥିତ ଶ୍ରୀ ଜୟଦେବ କଲେଜ ଅଫ୍ ଏଡ୍ୟୁକେସନ୍ ଆଣ୍ଡ ଟେକ୍ନୋଲୋଜି ପରିସରରେ ‘ଇନୋଭେସନ୍ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାର୍ଥି ଙ୍କ ମଧ୍ୟରେ ନୂତନ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ମନସା ମଞ୍ଜରୀ ବିଶ୍ୱାଲ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ଃ ନୁପୁର ମୋନି ଦାସ ଓ ଡ଼ଃ ଭବାନୀ ଶଙ୍କର ରାଉତ ଯୋଗଦେଇ ଯୁବପିଢ଼ିଙ୍କୁ ସଫଳ ଉଦ୍ୟମୀ ହେବାକୁ ପ୍ରେରଣା ଦେଇଥିଲେ। ​ମୁଖ୍ୟ ବକ୍ତା ସ୍ୱୟଂ ପ୍ରକାଶ ବରାଳ ଷ୍ଟାର୍ଟ-ଅପ୍ ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତାରେ ବିଦ୍ୟାର୍ଥି ମାନେ ନିଜର ନବୀନ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ। ଶେଷରେ ଡ଼ଃ ଲୁସିନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଲେଜର ସମସ୍ତ କର୍ମଚାରୀ ଓ ଶତାଧିକ ବିଦ୍ୟାର୍ଥି ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page