ଡ଼ିଏମ ସ୍କୁଲ ଛାତ୍ରୀମୃତ୍ୟୁ ଅବହେଳା ପାଇଁ ଦାୟୀ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 29 ରିଖ l ଭୁବନେଶ୍ୱର ଡି ଏମ ସ୍କୁଲ ଛାତ୍ରୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ବର୍ତମାନ ଅଭିଭାବକ ମାନଙ୍କ ମଧ୍ୟରେ ଏକ ହତାଶ ମନୋଭାବ ସୃଷ୍ଟି କରିଛି l ଡି ଏମ ସ୍କୁଲ ଭଳି କେନ୍ଦ୍ର ସରକାରଙ୍କ ନାମକରା ଅନୁଷ୍ଠାନରେ ଯଦି ଆମେ ପିଲାଙ୍କୁ ସୁରକ୍ଷା ଓ ଦେଇ ପାରିଲେ ନାହିଁ କି ଦାୟିତ୍ୱ ନେଇ ପାରିଲେ ନାହିଁ l ସ୍କୁଲରେ ସି ସି ଟିଭି ନିରୀକ୍ଷଣ ବ୍ୟବସ୍ଥା ଠିକସେ କାମ କରୁ ନଥିଲା, ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ହୁଗୁଳା ଥିଲା, ପିଇବା ପାଣି ଓ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିଲା ବୋଲି ଆଜି ଏହି ଘଟଣାର ସରଜମିନ ତଥ୍ୟ ଅନ୍ୱେଷଣରେ ଯାଇଥିବା ଓଡିଶା ଅଭିଭାବକ ମହାସଂଘ ପ୍ରତିନିଧି ମଣ୍ଡଳୀ ଅନୁଭବ କରିଛି l ସଭାପତି ବାସୁଦେବ ଭଟ୍ଟ, ସମ୍ପାଦକ ବାବା ଶଙ୍କର ପ୍ରସାଦ ସ୍କୁଲ ରେ ପ୍ରିନସିପାଲଙ୍କ ସହିତ ଆଲୋଚନା ସହ ଅଭିଭାବକ ମାନଙ୍କ ସହିତ ସବିଶେଷ ଚର୍ଚ୍ଚା କରିଥିଲେ l

ତୁରନ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, କ୍ୟାମ୍ପସ ରେ ସିସି ଟିଭି ସମ୍ପୂର୍ଣ ବ୍ୟବସ୍ଥାର ସଠିକ ନିରୀକ୍ଷଣ l ପିଲାଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷାବଳ ନିୟୋଜନ ଓ ରାକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ପର୍ଯ୍ୟାପ୍ତ ମଟରନ ନିଯୁକ୍ତ ତଥା ସୁସ୍ଥ ସ୍ୱାସ୍ଥ୍ୟକର ପରିମଳର ନିରନ୍ତର ବନ୍ଦୋବସ୍ତ ପାଇଁ ଏକ ଅଭିଭାବକ କମିଟି ଗଠନ କରି ସମୟ ଅନୁଯାଇ ତଦାରଖ ବ୍ୟବସ୍ଥା ଗ୍ରହଣ କରିବାକୁ ଅଭିଭାବକ ମହାସଂଘ ଦାବୀ ରଖିଛି l କେନ୍ଦ୍ର ସରକାର ଅଧୀନରେ ଥୁବା ଏହି ଡି ଏମ ସ୍କୁଲର ଘଟଣା ଅlମର ଆଖି ଖୋଲିଛି ଆଗକୁ ଏହି ଦୁର୍ଭାଗ୍ୟଜନକ ଘଟଣା ନାଘଟିବାକୁ ତୁରନ୍ତ ଓ ତ୍ୱରିତ ପଦକ୍ଷେପ ନିଅନ୍ତୁ ନଚେତ ଆଗକୁ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଅଭିଭାବକ ମହାସଙ୍ଘ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page