ଭୁବନ: ସୋମବାର ଦିନ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ କଲରଙ୍ଗୀଅତାସ୍ଥିତ ତାରିଣୀ ମାର୍କେଟ୍ରେ । ଗତକାଲି ସନ୍ଧ୍ୟାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ଯୋଗୁ ଏହି ଅଂଚଳରେ ବହୁ ଗଛ ଭାଙ୍ଗିଯିବା ସହ ବହୁ କ୍ଷୟକ୍ଷତି କରିଛି । ଦୋକାନ ବଜାର ଓ ଘରର ଟିଣ ଆଜବେଷ୍ଟ୍ ମଧ୍ୟ ଉଡାଇନେଇଥିବା ଦେଖିବାକୁ ମିଳିଛି । ଏହି କାଳବୈଶାଖୀରେ ବହୁ ଗଛ ମଧ୍ୟ ଭାଙ୍ଗିଯାଇଛି । କଲରଙ୍ଗୀ ଅତା ତାରିଣୀ ମାର୍କେଟରେ ଥିବା ଔଷଧ ଦୋକାନ ପାର୍ବତୀ ଡ୍ରଗ ହାଉସ ଉପରେ ଗଛ ପଡ଼ିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଘର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଗଛ ପଡ଼ିଯିବାରୁ ଯାତାୟାତ ରେ ମଧ୍ୟ ଅସୁବିଧା ସୃଷ୍ଟିହୋଇଥିବା ଦେଖିବାକୁ ମିଳିଥିଲା ।
Report: Bimal Kumar Rana