ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ।

ଚିଲିକା– ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଅଞ୍ଚଳ ବାସୀମାନେ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୪୦ ଜଣରୁ ଉର୍ଦ୍ଧ ନାଗରିକ ଦସ୍ତଖତ ସମ୍ବଳିତ ଦାବୀ ପତ୍ରରେ ନାଚୁଣୀ ପୋଷ୍ଟ ମାଷ୍ଟର ହୁସନାରା ବେଗମଙ୍କ ବିରୁଦ୍ଧରେ ଠିକ୍ ସମୟରେ କାର୍ଯ୍ୟାଳୟକୁ ନ ଆସିବା।ମନଇଚ୍ଛା ଅଫିସ୍‌କୁ ଆସିବା ଓ ଯିବା ।ବରିଷ୍ଠ ନାଗରିକ ମାନଙ୍କୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରିବା । ସେମାନଙ୍କର KYC ନକରି ବାରମ୍ବାର ଅଫିସ୍‌କୁ ଦୌଡେଇବା।ଚାଷୀମାନଙ୍କୁ ମିଳୁଥିବା ଧାନ ବିକ୍ରୟ ବାବଦ ଟଙ୍କା ପ୍ରଦାନରେ ମନମାନି କରିବା ।ଆକାଉଣ୍ଟ ଖୋଲିବାରେ ଅବହେଳା କରିବା ।ସୁଭଦ୍ରା ଯୋଜନାରେ ସହାୟତା ପାଉଥିବା ମହିଳାମାନଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ ନକରି ବାରମ୍ବାର ଅଫିସ୍ କୁ ଦୌଡେଇବା ଓ ଜନ ସାଧାରଣଙ୍କୁ ଭଲ ବ୍ୟବହାର ନ କରିବା ଆଦି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ଏଠାରୁ ବଦଳି କରି ଅନ୍ୟ ଜଣେ ପୋଷ୍ଟ ମାଷ୍ଟରଙ୍କୁ ନିଯୁକ୍ତି କରିବା ପାଇଁ ଦାବୀ କରିଛନ୍ତି । ଏ ବିଷୟରେ ଆମ ପ୍ରତିନିଧି ପୋଷ୍ଟ ମାଷ୍ଟରଙ୍କୁ ପଚାରିବାରୁ ଏ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ସେ ଠିକ୍ ସମୟରେ ଅଫିସ୍ କୁ ଆସୁଛନ୍ତି ବୋଲି କହିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page