ନିଆରା ରଜ: କୁଶଭଦ୍ରା ନଦୀ ପାଇଁ କରିଦେଲେ ଉତ୍ସର୍ଗ

ନିମାପଡ଼ା: ନଦୀ ମାଆର ସୁରକ୍ଷା ପାଇଁ ଉତ୍ସର୍ଗ ଥିଲା ରଜ । ଗାଁରେ, ଗାଁ ପରିବେଶରେ, ବରଗଛ ମୂଳେ ଜମିଥିଲା ରଜ । କୁମାରୀ ମାନଙ୍କ ଗହଳୀ ସାଙ୍ଗକୁ ଗାଁ ବୋହୂଙ୍କ ହୁଳହୁଳିରେ କମ୍ପିଥିଲା ମଞ୍ଚ । ମଧ୍ୟାହ୍ନରେ ରାଜ୍ୟର ବରିଷ୍ଠ କବି ଏକତ୍ର ହୋଇଥିଲେ । ପ୍ରସଙ୍ଗ ଥିଲା କୁଶଭଦ୍ରା ଓ ଐତିହ୍ୟ । ମଧ୍ୟାହ୍ନରେ ଯାହାକୁ ନେଇ ଉପସ୍ଥିତ କବି କବିତା ପାଠ କରିଥିଲେ । ଶବ୍ଦରେ ଶବ୍ଦରେ କାନ୍ଦୁଥିବା କୁଶଭଦ୍ରାର ସ୍ୱରକୁ ଉତଥାପନ କରିଥିଲେ । କୁଶଭଦ୍ରା ବିନା ନିମାପଡ଼ାର ଇତିହାସ ଅଧୁରା । ମୃତଗାମୀ କୁଶଭଦ୍ରା କୁ ଚିରସ୍ରୋତା କରିବାକୁ ଉଦ୍ୟମ ଚଳାଇଥିବା କୁଶଭଦ୍ରା କାନ୍ଦୁଛି ପରିବାର ଓ ଯୁବ ବିକାଶ ପରିଷଦର ଏ ଥିଲା ନିଆରା ରଜ ଉତ୍ସବ । ଝୋଟି ମୁରୁଜ ଠାରୁ, ହୁଳହୁଳି, ନାଚ, ଗୀତ, ଢଗଡମାଳିର ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଧ୍ୟାରେ ମଞ୍ଚ ଆହୁରି ଚିତାକର୍ଷ ସାଜିଥିଲା । ଉପସ୍ଥିତ ରହିଥିଲେ ଗବେଷକ, ଐତିହାସିକ, ସାମ୍ବାଦିକ, କୃଷକ । କୁଶଭଦ୍ରାର ଇତିହାସକୁ ନେଇ ନିଜର ଗବେଷଣା ମୂଳକ ଐତିହ୍ୟକୁ ଉଦ୍ଧାର କରିଥିଲେ ଗବେଷକ ତଥା ପ୍ରତ୍ନତ୍ୱତବିତ ଡଃ ଅତୁଲ ପ୍ରଧାନ । ଯାହା ସମସ୍ତଙ୍କୁ ବେଶ ପ୍ରେରଣା ଦେବା ସହ ନିଜ ନଦୀ ମାଆ ଓ ଅଞ୍ଚଳର ଇତିହାସକୁ ଜାଣିଥିଲେ ଯୁବପିଢୀ ।
ନିମାପଡ଼ା କଲେଜର କଳା ଓ ବିଜ୍ଞାନରେ ଟପ୍ପର ହୋଇଥିବା ଦୁଇ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଯୁବ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଚତୁର୍ଥ ରଜ ମହୋତ୍ସବ ଛେନୁଅଁ ଗୁଡୁସାହିରେ ଆୟୋଜିତ ହୋଇଥିବାବେଳେ ଅତିଥି ଭାବେ ଉପସ୍ଥିତ ଥିଲେ ଡଃ ଅତୁଲ ପ୍ରଧାନ, ସାମ୍ବାଦିକା ତଥା ସମାଜସେବୀ ବିନ୍ଦୁଜା ଉପାଧେୟ, କବି କାଳିକିଙ୍କର ଦାସ, ଫାର୍ମାସିଷ୍ଟ ଆଇ ତ୍ରିନାଥ ପାତ୍ର, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଭବାନୀ ଶଙ୍କର ସାମନ୍ତରାୟ, କବି ତଥା ଶିକ୍ଷକ ସଦାଶିବ ବେହେରା ପ୍ରମୁଖ । ମଞ୍ଚକୁ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ତଥା ଅନୁଷ୍ଠାନର ଉପ ସଭାପତି ବିକାଶ ଚନ୍ଦ୍ର ବାରିକ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସଭାପତି ନିରଞ୍ଜନ ସାହୁ,କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ, ବରିଷ୍ଠ ସଦସ୍ୟ ଦର୍ପ ନାରାୟଣ ସାହୁ ପ୍ରମୁଖ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page