ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ପରୀକ୍ଷା ଫଳାଫଳମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ବାଲିଅନ୍ତା ୦୨/୦୫(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ବ୍ଲକରେ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳାଫଳ ଉତ୍ସାହଜନକ ରହିଛି। ବ୍ଲକର ମୋଟ ୨୦ଟି ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୯୮.୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ଲକରୁ ମୋଟ ୧୩୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୨୫ ଜଣ ସଫଳତା ହାସଲ କରିଛନ୍ତି। ​ଶତପ୍ରତିଶତ ସଫଳତା ପାଇଥିବା ବିଦ୍ୟାଳୟ ହେଲେ ​ସତ୍ୟଭାମାପୁର ସରକାରୀ ହାଇସ୍କୁଲ ​ଗଦିବ୍ରହ୍ମା ବାଳିକା ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପୁର ​ପଞ୍ଚାୟତ ହାଇସ୍କୁଲ, ଶିଶିଲୋ ​ ଋତପଲ୍ଲୀ ବିଦ୍ୟାପୀଠ ଭିଙ୍ଗାରପୁର ଗୁଆବାରୀ, ​ଝିଣ୍ଟିଶାସନ ପଞ୍ଚାୟତ ହାଇସ୍କୁଲ ପାଣିକଟା ​ଚଳିତ ବର୍ଷ ବାଲିଅନ୍ତା ବ୍ଲକରେ ମୋଟ ୧୫ ଜଣ ପରୀକ୍ଷାର୍ଥୀ ‘A1’ ଗ୍ରେଡ୍ ପାଇଥିବା ବେଳେ ୫୨ ଜଣ ‘A2’, ୧୩୫ ଜଣ ‘B1’ ଏବଂ ପ୍ରାୟ ୩୧୦ ଜଣ ‘B2’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୧୩୨୫ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୫୭ ଜଣ ଛାତ୍ରୀ ଏବଂ ୬୬୮ ଜଣ ଛାତ୍ର ରହିଛନ୍ତି। ଋତପଲ୍ଲୀ ବିଦ୍ୟାପୀଠ ଭିଙ୍ଗାରପୁର ପଞ୍ଚାୟତ ଗୁଆବାରୀ ବିଦ୍ୟାଳୟ ରୁ ଚଳିତବର୍ଷ ସର୍ବାଧିକ ୧୦ ଜଣ ଏ-୧ ପାଇଛନ୍ତି। ​ ବାଳକାଟି ପି.ଏସ. ବାଳିକା ଉଚ୍ଚ ବିଦ୍ୟାଳୟର ପାସ୍ ହାର ୯୯.୦୪% ରହିଛି। ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କୁ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ବ୍ଲକ ଶିକ୍ଷାଧିକାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l

ବାଲିଅନ୍ତା ,(ଗୋବର୍ଦ୍ଧନ ଦାସ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page