ବିଦ୍ୟାଳୟରେ ବନଉତ୍ସବ ପାଳିତ

ବାଲିଅନ୍ତା,୪|୭(ଗୋବର୍ଦ୍ଧନ ଦାସ):ବନ ସପ୍ତାହ ଦିବସ ଉପଲକ୍ଷେ ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ ବନଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କ୍ୟାପିଟାଲ ନର୍ସରୀର ସୁପରିଣ୍ଟେଣ୍ଡେଣ୍ଟ ଜୟନ୍ତ କୁମାର ଜେନା, ବାଲିପାଟଣା ବନାଞ୍ଚଳ କାର୍ଯ୍ୟଳୟର ବନପାଳ ସାଧୁ ଚରଣ ମହାପାତ୍ର, ଶିକ୍ଷାବିତ ବ୍ରଜକିଶୋର ମହାନ୍ତି, ବିଧୁଭୂଷଣ ପଟ୍ଟନାୟକ, ଯୁବନେତା ମାନସ ନାୟକ, ବିଦ୍ୟାଳୟ ଆଲୁମିନି ସଭାପତି ପ୍ରଶାନ୍ତ ବାରିକ ପ୍ରମୁଖ ଯୋଗଦେଇଥିଲେ l ଏଥିରେ “ସକାଳର ସ୍ୱଚ୍ଛତା ” ପରିବାର, ପରିବେଶବିତ,ସ୍କୁଲ କର୍ତ୍ତୃପକ୍ଷ ଓ ପୁରାତନ ଛାତ୍ରଙ୍କ ସହ ମିଳିତ ସହଯୋଗରେ ବିଦ୍ୟୁତ ସୁରକ୍ଷା ଓ ସଚେତନତା ଉପରେ ପିଲାମାନଙ୍କ ବକ୍ତୁତା ପ୍ରତିଯୋଗିତା ହୋଇଥିଲା l ଏହି ଅବସରରେ ବିଦ୍ୟାଳୟର ସ୍ମୃତି ବହନ କରିଥିବା ବା ପୋତି ହୋଇଯାଇଥିବା କୁହ ସ୍ଥାନରେ ଅଳ୍ପ ଖାଲ କରିବା ସହ ଚାରିପଟେ ଇଟା ବୁଲାଇ ସେଥିରେ ପଦ୍ମଗଛ ରୋପଣ କରାଯାଇଥିଲା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page