ରାଜଧାନୀ ନିକଟସ୍ଥ ଦୟାନଦୀରେ ବନ୍ୟାଜଳ ପ୍ରଭାବିତ

ବାଲିଅନ୍ତା:୩୧/୦୭ (ଗୋବର୍ଦ୍ଧନ ଦାସ)- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର ବନ୍ୟାଜଳରେ ବୁଡି ରହିଥିବାରୁ ଗ୍ରାମବାସୀମାନେ ମା ଙ୍କ ବିଗ୍ରହ କୁ ଅସ୍ଥାୟୀ ଭାବରେ ପୂଜାର୍ଚ୍ଚନା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ମା ଙ୍କ ରୋଷଘର ମଧ୍ୟ ବନ୍ୟାଜଳରେ ପ୍ରବାହିତ ହୋଇଛି ।ଉକ୍ତ ନଦୀ କୂଳରେ ଥିବା ଲିଙ୍ଗିପୂର୍, ଧଉଳି, ଇଟିପୂର୍,ଟିକରପଡା ଆଦି ପଞ୍ଚୟର ଅନେକ ଅଞ୍ଚଳର ଚାଷ ଜମି ର ଜଳମଗ୍ନ ହୋଇଛି। ଉକ୍ତ ଜମିରେ ଚାଷ ହୋଇଥିବା ପୋଟଳ, କଲରା,ଗେଣ୍ଡୁ ଫୁଲ, ଭେଣ୍ଡି, ବିନ୍ସ, ବାଇଙ୍ଗଣ, ଆଦି କିସମର ପାରିବା ପାଣିରେ ବୁଡ଼ି ରହିଛି।

ଏ ନେଇ ଚିନ୍ତା ରେ ଚାଷୀ କୂଳ ପରିବାର। ଅନେକ ଚାଷୀ ହାତ ଉଧାରୀ କରି ଉକ୍ତ ପାରିବ ଚାଷ କରିଥିଲେ। ବ୍ଲକ ଓ ତହସିଲ ପ୍ରଶାସନଚାଷୀ ଙ୍କ କ୍ଷୟ ଖେତି ଆକଳନ କରି କ୍ଷତିପୂରଣ ଦେବାକୁ ସଧାରଣ ରେ ଦାବି ହୋଇଛି । କଣାସ, ପିପିଲି, ଡେଲାଙ୍ଗ ଏବଂ ସତ୍ୟବାଦୀ ଅଞ୍ଚଳରେ ଦୟା ନଦୀର ବନ୍ୟା ଜଳ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।ହଜାର ହଜାର ହେକ୍ଟର ଜମିର ପରିବା ଓ ଧାନ ଫସଲ ପାଣିରେ ବୁଡି ରହିଛି। ନିମ୍ନ ଅଞ୍ଚଳରେ ପାଣି ପଶିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସତର୍କ ଓ ସଚେତନ ଜାରି କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page