କଳାହାଣ୍ଡି,୧0/୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ରବିବାର ଦିନବ୍ଳକର ବିଜେପୁର ଓ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ର ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଗୀତାଞ୍ଜଳୀ ନାଏକ। ସେ ରବିବାର ଦିନ ଭବାନୀପାଟଣାରୁ ବାହାରି ବିଜେପୁର ପଞ୍ଚାୟତର ପ୍ରଥମେ ବିଜେପୁର ଓ କଳାକୁପା ଗାଁରେ ନିର୍ମାଣ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ଗୃହ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁକୁ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ଆଦିବାସୀଙ୍କ ୧୨ଟି ଘର ଯାଞ୍ଚ କରିଥିଲେ । ଏହାପରେ ନିୟମଗିରି ପାହାଡ଼ ଉପରେ ଥିବା କୁନ୍ନାକାଡୁ ଗାଁର ୮ଟି ଆଦିବାସୀ ପରିବାର ପାଇଁ ୧୨ ଶହ ଫୁଟ ତଳେ ଜାଗା ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ନିର୍ମାଣ ହେଉଥିବା ଦେଖି ଖୁସି ହୋଇଥିଲେ। ଏହି ଗସ୍ତରେ ସଚିବଙ୍କ ସହିତ ଗ୍ରାମୀଣ ଗୃହ ବିଭାଗ ପ୍ରକଳ୍ପ ପରିଚାଳକ ଅମୁଲ୍ୟ ବାଉଲ, ଗ୍ରାମୀଣ ଗୃହ ବିଭାଗ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତ୍ରିଲୋଚନ ବାରିକ, ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ତ୍ରିଲୋଚନପୁର ପଞ୍ଚାୟତ ପିଇଓ ତାପସ ସାହୁ, ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ସୋନାଲି ମାଝୀ, କନିଷ୍ଠ ଯନ୍ତ୍ରୀ କାହ୍ନୁ ଚରଣ ଟୁଡୁ ଓ ଏଡିଇଓ ବସନ୍ତ ସା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ୟାରିଲାଲ ଦୁର୍ଗା , କଳାହାଣ୍ଡି ପ୍ରତିନିଧି