ଶୁଭଲକ୍ଷ୍ମୀଙ୍କ ସିବିଏସି ସଫଳତା

କଟକ ତା 17/04/26 ଚଳିତ ବର୍ଷ ଦଶମ ସିବିଏସି ବୋର୍ଡ ପରୀକ୍ଷାରେ କଟକ ସିଡିଏ ଡିଏଭି ବିଦ୍ୟାଳୟର ବିଦ୍ୟାର୍ଥୀ ଶୁଭଲକ୍ଷ୍ମୀ ରାଉତ 98 ପ୍ରତିଶତ ନମ୍ବର ରଖି ନିଜ ବିଦ୍ୟାଳୟ ଓ ଓଡିଶାର ଗୌରବକୁ ଆଗେଇ ନେବାରେ ସହାୟକ ହୋଇଛନ୍ତି l ବାଲ୍ୟ ସମୟରୁ ଅତ୍ୟନ୍ତ ମେଧାବୀ ଓ ଧର୍ମ ପରାୟଣ ଗୁଣ ତାଙ୍କର ରହିଥିଲା l ପିତା ବୃନ୍ଦାବନ ରାଉତ ଅଧିବକ୍ତା ଓ ମାତା ପୁଷ୍ପଲତା ବେହୁରାଙ୍କ ସୁଯୋଗ୍ୟା ସନ୍ତାନ ହେଉଛନ୍ତି ଶୁଭଲକ୍ଷ୍ମୀ l ପିତାମାତା, ଗୁରୁଙ୍କ ଆଶୀର୍ବାଦ ତଥା ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ଓ ଆସ୍ଥା ତାଙ୍କୁ ସଫଳତା ଆଣିଦେଇଛି ବୋଲି ଶୁଭଲକ୍ଷ୍ମୀ ମତବ୍ୟକ୍ତ କରନ୍ତି ବୋଲି ମନୋଜ ବେହୁରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page