ଶ୍ୱେତଗଙ୍ଗାରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୀ ତା 10/08/26 ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋତଳ ଗ୍ରାମର 18 ବର୍ଷର ସମ୍ବିତ ପ୍ରଧାନଙ୍କ ମୃତ୍ୟୁ ହୋଇଛି l ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଜଣେ ମିଷ୍ଠଭାଷୀ, ସରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ l ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ପୁଷ୍କରିଣୀରେ ସ୍ନାନ କାର୍ଯ୍ୟ ସାରି ମହାପ୍ରଭୁଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭିଳାଷ ଥିଲେ, ମାତ୍ର ଅଧା ରହିଗଲା ଜଗା ଦର୍ଶନ l ଉକ୍ତ ଖବର ପହଂଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଭ୍ରାତା ସୁଧୀର ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ମତବ୍ୟକ୍ତ କରିଛନ୍ତି ବୋଲି ସୁପ୍ରିୟା ପ୍ରଧାନ ଜଣାଇଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page