ହାଇକୋର୍ଟରେ ସ୍ଥାୟୀ ବିଚାରପତି ନିଯୁକ୍ତିରାଷ୍ଟ୍ରପତିଙ୍କୁ ରାଇରଙ୍ଗପୁରରେ ଭେଟିବ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ

ଭୁବନେଶ୍ୱର 25/10 ଓଡ଼ିଶା ହାଇକୋର୍ଟରେ ଆସନ୍ତା ମାସ ୧୫ ତାରିଖ ପରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୧୩ରେ ପହଞ୍ଚିବ । ଅନ୍ୟପକ୍ଷରେ ହାଇକୋର୍ଟର ବିଚାରପତି ମାନଙ୍କ ଉପରେ ମକଦ୍ଦମାର ଭାର ବଢ଼ି ଚାଲିଛି।ଏଥିପାଇଁ ଉଦବେଗ ପ୍ରକାଶ କରିଛି ନିଖିଳ ଓଡ଼ିଶା ଆଇନଜୀବୀ ସଂଘ। ରାଜ୍ୟର ଆଇନଜୀବୀ ମାନଙ୍କ ଏହି ସର୍ବବୃହତ୍ ଓ ସର୍ବପୁରାତନ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିବୁପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଂଘର ସାଧାରଣ ସମ୍ପାଦକ ସଞ୍ଜୀବ ମହାନ୍ତିଙ୍କ ପ୍ରସ୍ତାବ କ୍ରମେ ଆସନ୍ତା ନଭେମ୍ୱର ୪ ତାରିଖରେ ସଂଘର ଏକ ପ୍ରତିନିଧି ଦଳ ଏହି ମର୍ମରେ ରାଷ୍ଟ୍ରପତିଙ୍କୁ ଭେଟି ହାଇକୋର୍ଟରେ ସ୍ଥାୟୀ ବିଚାରପତି ଅଭାବ ପ୍ରସଙ୍ଗରେ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରିବ । ରାଜ୍ୟରେ ଆଇନଜୀବୀ ମାନଙ୍କ କଲ୍ୟାଣ ପାଣ୍ଠି୨୫ କୋଟି ଟଙ୍କାକୁ ବୃଦ୍ଧି, ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟ ବୀମା ଓ ଆଡଭୋକେଟ୍ ଏକାଡେମୀ ପ୍ରସଙ୍ଗ ସଂପର୍କରେ ସଂଘର ପ୍ରତିନିଧି ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଭେଟିବା ସଂପର୍କରେ ଆଜିର ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ରାଜ୍ୟର ୫ଟି ବାର ଆସୋସିଏସନ୍ ସେମାନଙ୍କ ସ୍ଥାନରେ ରାଜ୍ୟ ସମ୍ମିଳନୀ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ଏ ସଂପର୍କରେ ନିଷ୍ପତି ପାଇଁ ବରଗଡ଼ ବାର୍ ଆସୋସିଏସନ୍ ସଭାପତି ଭୀଷ୍ମଦେବ ସରାଫ ବରିଷ୍ଠ ସଦସ୍ୟ ଜୀବନ କୁମାର ସାହୁ, ସମୀର ନାୟକ, ସମ୍ବଲପୁର ବାର ଆସୋସିଏସନ୍ ସଂପାଦକ ପ୍ରବୀଣ ସିଂହଦେଓ, ସୁନ୍ଦରଗଡ଼ ବାର ସଭାପତି ଅଶୋକ ସ୍ୱାଇଁଙ୍କୁ ବାର ଆସୋସିଏସନ୍ ଗୁଡ଼ିକ ସହିତ ସଂଯୋଜନା ଦାୟିତ୍ୱ ଦିଆଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page