୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍‌ଘାଟିତ


ବାଲିଅନ୍ତା ୧୦/୦୩: – ଭୁବନେଶ୍ୱର ବ୍ଳକ୍ ଅନ୍ତର୍ଗତ ବାଙ୍କୁଆଳ ଖେଳପଡ଼ିଆ ରେ ୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍‌ଘାଟିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବାଙ୍କୁଆଳ ଗ୍ରାମ୍ୟ କମିଟି ମୁଖ୍ୟ ଉପଦେଷ୍ଟା ଖିରୋଦ କୁମାର ସ୍ୱାଇଁ , ପ୍ରଫୁଲ୍ଲ କୁମାର ସ୍ୱାଇଁ ,ଭାଗବତ ମୁଖୀ, ଅନ୍ତର୍ଯ୍ୟାମୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀହରୀ ମାଳୀ , ପେଷ୍ଟାଗନ ପ୍ରାଲିଃ ର ନିର୍ଦ୍ଦେଶକ ଶକ୍ତି ମିଶ୍ର, ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମ ମ୍ୟାଚ଼୍ ପଳାଶପୁର ବନାମ ଭଗବାନ ପୁର ମଧ୍ୟରେ ଖେଳାଯାଇଥିଲା।ଭଗବାନ ପୁର ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ ର ନିଷ୍ପତି ନେଇଥିଲା। ସତ୍ୟବତ୍ର ମାଝିଙ୍କ ଦମଦାର ବ୍ୟାଟିଙ୍ଗ୍ କରି ୨୫ଟି ବଲରେ ବ୍ୟାକ୍ତିଗାତ ଭାବେ ୬୧ରନ୍ ଓ ସମ୍ୱିତ ଦାସ ୨୩ବଲରେ ୬୯ ରନ କରିଥିଲେ। ଦଳ ସର୍ବମୋଟ ୨୩୬ ରନରେ ୬ଟି ୱିକେଟ୍ ହରାଇ ଥିଲା। ଜବାବ୍ ରେ ପଳାଶପୁର ୧୮୦ ରନ କରି ନିଦ୍ଧାରିତ ୧୬ ଓଭର୍ ୭ ୱିକେଟ୍ ହରାଇ ପରାଜୟ ସ୍ଵାଦ ଚାଖିଥିଲା। ସତ୍ୟବତ୍ର ମାଝିଙ୍କୁ ଅଲ୍ ରାଉଣ୍ଡର ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହି ପରି ଦ୍ୱିତୀୟ ମ୍ୟାଚ୍ ମେଣ୍ଢାଶାଳ ବନାମ କୁରାଙ୍ଗ ମଧ୍ୟରେ ୧୨ ଓଭର ବିଶିଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଟଚ୍ ଜିତି ପ୍ରଥମେ ମେଣ୍ଢାଶାଳ ବ୍ୟାଟିଙ୍ଗ୍ କରି ୧୦୮ ରନ୍ ସଙ୍ଗ୍ରହ କରି ସମସ୍ତ ହରାଇ ଥିଲା । ବିପକ୍ଷ ଦଳ କୁରାଙ୍ଗ ର ତ୍ରିଲୋଚନ ୩ ଓଭର ବୋଲିଂ କରି ଅତିରକ୍ତ ୧୩ ଦେଇ ୬ଟି ୱିକେଟ୍ ନେଇ ଥିଲେ । ବିଜୟ ଲକ୍ଷ ନେଇ କୁରାଙ୍ଗ ୬ ଓଭର ରେ ୩ ୱିକେଟ ହରାଇ ୧୦୯ କରି ବିଜୟ ହାସଲ କହିଥିଲା। ଏହି ମ୍ୟାଚ୍ ରେ ତ୍ରିଲୋଚନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ଥିଲେ। ମା ଭଗବତୀ କ୍ରିକେଟ୍ କ୍ଳବ୍ ର ସଦସ୍ୟ ଜିତ୍ରେନ୍ଦ୍ର ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ଗୌତମ ସ୍ୱାଇଁ, ସତ୍ୟବ୍ରତ ନାୟକ ଆଦି ପ୍ରମୁ୍ଖ ସଦସ୍ୟ ଉପସ୍ଥିତ ରହି ସମସ୍ତ ମ୍ୟାଚ୍ କୁ ସଠିକ୍ ଭାବେ ପରିଚାଳନା କରିଥିଲେ। ମ୍ୟାଚ୍ କୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ଆସିଥିଲେ। ଉକ୍ତ ଆୟୋଜନ ମ୍ୟାଚ୍ ୨୨ପାର୍ଯ୍ୟନ୍ତ ଚାଲିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page