୫ମ ରଜ ମହୋତ୍ସବ ନିମନ୍ତେ ପ୍ରସ୍ତୁତୀ ବୈଠକ

ବାଲିଅନ୍ତା,୧0|୬():ଓଡ଼ିଶାର ପାରମ୍ପରିକ ଗଣପର୍ବ ‘ରଜ’ ଉପଲକ୍ଷେ ଆସନ୍ତା ୧୫ ଓ ୧୬ ତାରିଖରେ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ସହ ଏକ ଭବ୍ୟ ‘ରଜ ରାଣୀ’ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଗ୍ରୀନ ଜୟଦେବ ଫାଉଣ୍ଡେସନ’ ଆନୁକୂଲ୍ୟରେ ସ୍ଥାନୀୟ ଅଞ୍ଚଳର ଯୁବତୀମାନଙ୍କୁ ନେଇ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପାଇଁ ଆଜି ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଦିନବନ୍ଧୁ ଭୋଇ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ପ୍ରଚାର ପାଇଁ ଏକ ସୂଚନା ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି, ଯାହା ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବ। ଓଡ଼ିଆ ସଂସ୍କୃତିର ପ୍ରତିଫଳନ ସ୍ୱରୂପ ଝୋଟି, ପୁଚି , ରଜ ସଜବାଜ, ସଂଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ ।ଏହି ସମସ୍ତ ବିଭାଗରେ ଶ୍ରେଷ୍ଠତା ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ‘ରଜ ରାଣୀ’ ଘୋଷଣା କରାଯିବା ସହ ଅନୁଷ୍ଠାନ ପକ୍ଷରୁ ନଗଦ ୫ ହଜାର ଟଙ୍କାର ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟାରେ ଯୁବତୀ ଯୋଗଦେଇ ଏହାକୁ ସଫଳ କରିବାକୁ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ଆହ୍ୱାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ଡଃ ଅରବିନ୍ଦ ଢ଼ାଲି, ଅନ୍ୟତମ ଉପଦେଷ୍ଟା ବିଦୁଭୂଷଣ ପଟ୍ଟନାୟକ, ସ୍ଥାନୀୟ ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର , ଶିବ ମଲ୍ଲିକ, ବ୍ରହ୍ମାନନ୍ଦ ସ୍ୱାଇଁ, ଲକ୍ଷ୍ମଣ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page