ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ

ଭୁବନେଶ୍ୱର ତା 27/05/26 ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅଧ୍ୟକ୍ଷ, ପ୍ରତିଷ୍ଠାତା ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ସଂଯୋଜକ ଭାବେ ବିଶିଷ୍ଟ ଉଦ୍ୟୋଗୀ ବି, ପି ସିଂ ଯୋଗ ଦେଇ ଉଦ୍ୟୋଗୀଙ୍କ ଉପରେ ନିଜର ସ୍ୱତନ୍ତ୍ର ଅଭିଭାଷଣ ରଖିଥିଲେ l ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ପ୍ରତିବନ୍ଧକ ତଥା ନୂତନ ଭାବେ ଉଦ୍ୟୋଗ ଆରମ୍ଭ କରିବା ସହିତ ସମସ୍ତ ସମସ୍ୟାର ଆଲୋଚନା, ସମାଧାନ ଉପରେ ବିଶେଷ ଆଲୋକପାତ କରାଯାଇଥିଲା l ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି କୁ ଆଖି ଆଗରେ ରଖି ଆଗକୁ କିପରି ରାଜ୍ୟ, ରାଷ୍ଟ୍ର ସହିତ ନିଜର ପ୍ରଭୁତ ବିକାଶ ହେବ, ତାହା ଆଲୋଚନା ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ବକ୍ତବ୍ୟରେ କହିଥିଲେ lନୂତନ ଭାବେ ଯୋଗ ଦେଇଥିବା ଉଦ୍ୟୋଗୀ ନିଜନିଜ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମକୁ ମନୋରଞ୍ଜନ ବାରିକ, ପ୍ରଶାନ୍ତ ପରିଚାଳନା କରିଥିଲେ
ଶିବ ନାରାୟଣ ମିଶ୍ର
ସଭାପତି, ଓଡିଶା ଉଦ୍ୟୋଗୀ ପରିବାର
ଭୁବନେଶ୍ୱର
ଦୂରଭାଷ -9437052624

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page