କୁନି ବୈଜ୍ଞାନିକ ବୃକ୍ଷର ଉପକାରିତା ବିଷୟରେ କହିଲେ ସରସ୍ଵତୀ ଶିଶୁ ମନ୍ଦିର ଶିଶୁମାନଙ୍କୁ

ବାଲିଅନ୍ତା/ ଭୁବନେଶ୍ୱର୨୯/୦୭:-ଦିନକୁ ଦିନ ରାଜଧାନୀରେ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଛି। ସୂର୍ଯ୍ୟଙ୍କ ଉତ୍ତାପ ସେହି ଅନୁସାରେ ଅସହ୍ୟ ହୋଇ ପ୍ରାଣୀ ଜଗତକୁ ଛିନଭିନ୍ କରି ଚାଲିଛି।ଖରା ବର୍ଷା ଦାଉରୁ ରକ୍ଷା କରୁଥିବା ବୃକ୍ଷ ସବୁ ସ୍ତରରେ ଛେଦନ ଚାଲିଛି। ପରିବେଶବିତ୍ ପରିବେଶକୁ ସୁଧାରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ,ବର୍ଷା ଦିନେ ବିଭିନ୍ନ ଅନୁଷ୍ଠାନ ଓ ସରକାର ବୃକ୍ଷ ରୋପଣ କରିଚାଲିଛନ୍ତି। ଦୁଃଖର ବିଷୟ ଯେଉଁ ପରିମାଣରେ ବୃକ୍ଷ ରୋପଣ କରାଯାଉଛି ସେଥିରୁ ୧୦% ବୃକ୍ଷ ଜୀବିତ ରହୁଛି। ସେହି ବୃକ୍ଷର ଉପକାର କଥା କହିଥିଲେ ତିନି ନମ୍ବର ସରସ୍ବତୀ ଶିଶୁ ମନ୍ଦିରର ବିଜ୍ଞାନ ମେଳାରେ ଅରୁଣ କକ୍ଷର ଛାତ୍ର ସୂର୍ଯ୍ୟଂଶ ମିଶ୍ର। ସେଥିରେ ପ୍ରଥମ ସ୍ଥାନ ସେ ଅଧିକାର କରିଥିଲେ। ଅରୁଣ, ଉଦୟ ଓ ପ୍ରଭାତ ତିନୋଟି କକ୍ଷ(ଶ୍ରେଣୀ) ବୃକ୍ଷର ଉପକାରିତା ସଂପର୍କରେ କହି ସମସ୍ତଙ୍କ ହୃଦୟରେ ଛାପ ସୃଷ୍ଟି କରିଥିବା କଥା ଶ୍ରୀ ମିଶ୍ରଙ୍କୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତରମ୍ ଓ ପୂର୍ବତନ ଇଞ୍ଜିନିୟର ଅଖିଳ କୁମାର ବିଟ୍ କହିଥିଲେ ।କକ୍ଷର ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା ପ୍ରଭୃତି ବୃକ୍ଷର ଉପକାରିତା ସମ୍ପର୍କରେ ଶୁଣାଇଥିଲେ। ତତ୍ ସହିତ ଶ୍ରୀ ସୂର୍ଯ୍ୟାଂଶ ମିଶ୍ର ପୁରୁଷୋତ୍ତମପୁରରେ ଚାଲିଥିବା ମେଳାରେ ପଣା ପାଣି ବାଣ୍ଟିବା ସହ ଗଜପତିର ପାରଳାଖେମୁଣ୍ଡିରେ ମଧ୍ୟ ତାଙ୍କ ପିତାଙ୍କ ସହ ମିଶି ସେବା କାର୍ଯ୍ୟରେ ନିଜକୁ ସାମିଲ କରି ଖୁସି ହୋଇ ଥାଆନ୍ତି। ଏହିପରି ଭଲ କାମ କରିଲେ ନିଜର ସହ ବିଦ୍ୟାଳୟର ମଧ୍ୟ ମାନ ବୃଦ୍ଧି ହେବ ବୋଲି ପ୍ରଧାନ ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି। ଆମେ ବୃକ୍ଷର ଯତ୍ନ ନେଲେ ବୃକ୍ଷ ବି ଆମର ଯତ୍ନ ନେବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page