–ଖାଲିଥିବା ଆରଟିଇ ମାଗଣା ସିଟ ପାଇଁ ପୁଣି ଆବେଦନ, ବହି ଯୋଗାଣ ଏବଂ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇ ସଚିବଙ୍କ ପ୍ରତିଶୃତି
ଭୁବନେଶ୍ୱର ତା 3 ରିଖ l ଆଜି ଲୋକସେବା ଭବନରେ ଗଣଶିକ୍ଷା ସଚିବ ଡକ୍ଟର ତିରୁମାଲା ନାଏକଙ୍କ ସହ ଓଡିଶା ଅଭିଭାବକ ମହାସଂଘର ଏକ ଜରୁରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା l ଯେଉଁ ଅଭିଭାବକମାନେ ପାରାଦର୍ଶୀ ପୋର୍ଟାଲରେ ଅନେକ ଥର ଆବେଦନ ପରେ ତାଙ୍କ ପିଲାଙ୍କ ଚୟନ ହୋଇନି ଖାଲି ଥିବା ସିଟ୍ ପୂରଣ ପାଇଁ ସେମାନଙ୍କୁ ଶେଷ ସୁଯୋଗ ପାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରବେଶ ପ୍ରକ୍ରିୟାର ଅନୁମତି ଦିଆ ଯାଇ ଏ ବର୍ଷ ସମସ୍ତ ସିଟ୍ ପୂରଣ କରିବା। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପୁସ୍ତକ ଯୋଗାଉ ନଥିବା ସ୍କୁଲଗୁଡ଼ିକ ପାଇଁ କଡା ନିୟମ ଗ୍ରହଣ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଆର ଟି ଇ କୋଟା କୁ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବl ଉପରେ ବିଶେଷ ଆଲୋଚନା ହୋଇଥିଲା l ଏହି ନିଷ୍ପତି ସଠିକ କାର୍ଯ୍ୟକାରୀ ହେଲେ ଶିକ୍ଷା ବ୍ୟବସ୍ଥାରେ ଅନେକ ସୁଦ୍ଧାର ଆସିବ ବୋଲି ବୈଠକରେ ଯୋଗ ଦେଇ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଓ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି