ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଜଳ ବଣ୍ଟନ କାର୍ଯ୍ୟକ୍ରମ

ପୁରୀ 25/07/26 ପୁରୀ ପ୍ରବେଶ ଦ୍ଵାର ଅଠରନଳା ଠାରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ତରଫରୁ ଉକ୍ତ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।
ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ଅଧକ୍ଷତାରେ , ଉକ୍ତ କାର୍ଯ୍ୟକ୍ରମ ରେ ନିର୍ଦ୍ଦେଶିକା ପ୍ରିୟାଂଶି ଦାସ , ସଂମ୍ପାଦିକା ସସ୍ମିତା ସତପଥୀ , ମଧୁସ୍ମିତା ସାହୁ , ଆଲୋକ ଦାଶ , ଦେବାଶିଷ ମହାପାତ୍ର , ସୁପ୍ରିୟା ପ୍ରଧାନ , ଝାନ୍‌ସିରାଣୀ ମିଶ୍ର ,ବେବିଲାଲ ମିଶ୍ର , ଶ୍ରଦ୍ଧାଞ୍ଜଳୀ ସିଂ , ସଂଯୁକ୍ତା ବେହେରା ,ମନୋଜ କୁମାର ସାହୁ , ମମତା ସାହୁ , ମହ୍ଲାର ମିଶ୍ର , ସୋମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ପାନୀୟ ବଣ୍ଟନ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି । ଅନୁଷ୍ଠାନର ସଂପାଦିକା ସସ୍ମିତା ସତପଥୀ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ
ସୁନାବେଶ ଦିନ ଅର୍ଥାତ 25 ତାରିଖ ରେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ଅନୁଷ୍ଠାନ ତରଫରୁ ସେବା ପ୍ରଦାନ କରିବା ପାଇଁ ସଭାପତି ସମସ୍ତ ସଭ୍ୟ ସଭ୍ୟାଙ୍କୁ ଅନୁରୋଧ କରିଛନ୍ତି l ଶେଷ ରିପୋର୍ଟ ଅନୁସାରେ ପଥଚାରିଙ୍କୁ ସହଯୋଗର ହସ୍ତ ବଢ଼ାଯାଇଥିଲା l ଆଗକୁ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page