ଚିଲିକା,୧୮। ୬:ସ୍ଥାନୀୟ ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲ ରେ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଶବରଙ୍କ ସ°ଯୋଜନାରେ ଆଜି ସ୍କୁଲ ର ପ୍ରଥମ ଦିବସରେ ଛାତ୍ର ଛାତ୍ରୀ ଙ୍କ ପାଠୋନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରି ଶୈକ୍ଷିକ ବିକାଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିକଟସ୍ଥ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ ସରକାରୀ ହାଇସ୍କୁଲ ରୁ ପଦୋନ୍ନତି ପାଇ ନିକଟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ରେ ଯୋଗଦାନ କରିଥିବା ତ୍ରିନାଥ ହୋତାଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଆମନ୍ତ୍ରିତ ଅତିଥି ଭାବେ ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୋଷ କୁମାର ଦାସ, ପଞ୍ଚଶଖା ଶିକ୍ଷା ସେତୁ ସଭାପତି ବସନ୍ତ କୁମାର ସାହୁ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ହୋତାଙ୍କୁ ସ୍ବାଗତ ଜଣାଇ ତାଙ୍କର ସହଯୋଗ କାମନା ସହିତ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟ ର ସର୍ବାଙ୍ଗୀନ ଶିକ୍ଷା ବିକାଶ ନିମିତ୍ତ ପ୍ରସ୍ତୁତ ଯୋଜନା ଉପସ୍ଥାପନ କରାଯାଇ ଏହାର କାର୍ଯକାରିତାରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ମଧ୍ୟାହ୍ନ ଭୋଜନ ପାଚିକାଙ୍କ ଆବଶ୍ୟକ ସହଯୋଗ ନିମିତ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି