ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି |

ଚାନ୍ଦବାଲି:– ଆଜି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ଚାନ୍ଦବିଲି ଏନଏସି ୧୦ନମ୍ବର ଓ୍ବାଡ ନୟାଧାମରା ଗ୍ରାମରେ ବିଶ୍ବପରିବେଶ ଦିବସ ବାପା ବିଦ୍ଯାଧର ବେହେରା ଏବଂ ଝିଅ ମଧୁସ୍ମିତା ବେହେରାଙ୍କ ସହିତ ମନୋରଞ୍ଜନ ବେହେରା ଏବଂ ପ୍ରାଚିସ୍ମିତା ବେହେରା ଚିକି ଉପସ୍ଥିତ ରହି ବିଶ୍ବ ପରିବେଶ ଦିବସ ପାଳନ କରିଥିଲେ | ବୃକ୍ଷରୋପଣ, ସଚେତନତାକରିଥିଲେ ଏବଂ ପରିବେଶ ସୁରକ୍ଷାର ଶପଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ | ସାଇସଫିଆ ବିଦ୍ଯାଳୟର ଶିକ୍ଷତ୍ରୀ ମଧୁସ୍ମିତା ବେହେରା ପୂଜା ବିଶ୍ବପରିବେଶ ଦିବସ ଉପରେ କହିଥିଲେ ଯେ ଆଜି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ପାଳିତ ହୋଇଛି ବିଶ୍ୱ ପରିବେଶ ଦିବସ । ବଢୁଥିବା ପ୍ରଦୂଷଣ , ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ କ୍ଷୟ ମଧ୍ୟରେ ପରିବେଶ ସୁରକ୍ଷା ଆଜି ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତୁ ସମସ୍ତେ ବର୍ଷକୁ ୩ରୁ୪ଟି ବୃକ୍ଷରୋପଣ କରିବା ପ୍ଲାଷ୍ଟିକ ବ୍ୟବହାର କମାଇବା , ଜଳ ସଂରକ୍ଷଣ କରିବା ଓ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଲୋକଙ୍କୁ ଆହ୍ୱାନ ଦିଆଯାଇଥିଲା । ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ।  ଆଜି ଯଦି ଆମେ ପରିବେଶ ପ୍ରତି ସଚେତନ ନ ହେବା , ତେବେ ଆଗାମୀ ପିଢ଼ି ଏହାର ଭୟଙ୍କର ପରିଣାମ ଭୋଗିବେ ବୋଲି ମଧୁସ୍ମିତା ବେହେରା କହିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page