ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ

ବାଲିଅନ୍ତା: ବାଳକାଟିସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ଆନୁକୂଲ୍ୟରେ 10 ଦିନ ଧରି ଚାଲିଥିବା ଛାତ୍ରୀମାନଙ୍କର ଆତ୍ମରକ୍ଷା କୌଶଳ ଶିବିର ରବିବାର ଦିନ ଉଦଯାପିତ ହୋଇଯାଇଛି | ଗତ ଫେବୃଆରୀ 20 ତାରିଖରୁ ଚାଲିଥିବା ଏହି ଶିବିରକୁ କଲେଜ ଅଧକ୍ଷ ଡଃ କାଳନ୍ଦୀ ଚରଣ ସାହୁ ଉଦଘାଟନ କରିଥିଲେ | ପ୍ରଥମ ବର୍ଷର 53 ଜଣ ଛାତ୍ରୀ ଏହି ଶିବିରରେ ଯୋଗଦେଇ ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ନେଇଥିଲେ | ଜାତୀୟ ସ୍ତରରେ ନାମ କରିଥିବା ଜଣାଶୁଣା କରାଟେ କୋଚ ଉମାକାନ୍ତ ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିଲା |

ଜାତୀୟ ପ୍ରସିଦ୍ଧି ଲାଭ କରିଥିବା କରାଟେ ଖେଳିଳି ରେଶମ ଦାସ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ସମସ୍ତ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ | କଲେଜର ଆତ୍ମରକ୍ଷା ସଂଯୋଜିକା ଅଧ୍ୟାପିକା ରଂଜିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଛାତ୍ର ସଂସଦ ଉପଦେଷ୍ଟା ହେମନ୍ତ କୁମାର ଦାଶ ଦଶଦିନର ଶିବିରଟିକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page