ଜନକଲ୍ୟାଣ ସାମ୍ବାଦିକ ସଂଘ ତରଫରୁ ଗୋଲାମୁଣ୍ଡାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଅଧିକାରୀ ଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ

ଧର୍ମଗଡ,(ଜନ୍ମେଜୟ ନାଏକଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ରାମ କୁମାର  ସେନାପତି ଙ୍କ ଅଧ୍ୟକ୍ଷତାରେ ନୃତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିବା  ଜ୍ୟୋତି ପ୍ରକାଶ ତାଣ୍ଡି ଙ୍କୁ ସଂଘ ର ସମସ୍ତ ସାମ୍ୱାଦିକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ସେ ଗୋଲାମୁଣ୍ଡା ଥାନା ଅଧୀନରେ ଥିବା ଜନ ସାଧାରଣଙ୍କ ମୌଳିକ ସୁବିଧା ଯୋଗାଇବା ସହିତ ଅନେକ ସମସ୍ୟା ଉପରେ ଦିଗ ଦର୍ଶନ କରିବା ପାଇଁ ଆଜି ଜନ କଲ୍ୟାଣ ସାମ୍ବାଦିକ ସଂଘର ସମସ୍ତ ବନ୍ଧୁ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ପରେ ଏକ ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା l ଏହି ଅବସରରେ ସଂଘର ସମ୍ପାଦକ ସରୋଜ ମୁଣ୍ଡ, କୋଷାଧକ୍ଷ ଜନ୍ମେଜୟ ନାଏକ, ଉପସଭାପତି ପିତାମ୍ବର ବେହେରା, ସହ ସମ୍ପାଦକ କପୁରଚନ ସେଠିଆ, ଉପସଭାପତି ଚନ୍ଦ୍ରଧ୍ଵଜ କେତକୀ, କୃଷ୍ଣଚନ୍ଦ୍ର ମହାନନ୍ଦ, ହିମାଂଶୁ ଭୋଇ, ଭୁଜରାଜ ମଙ୍ଗରାଜ, ମୁରଲୀଧର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page