ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ

​ଜନ୍ମଦିନକୁ କେବଳ ଆମୋଦପ୍ରମୋଦ ମଧ୍ୟରେ ସୀମିତ ନରଖି ପରିବେଶ ଓ ଜୀବଜନ୍ତୁଙ୍କ ସେବାରେ ଉତ୍ସର୍ଗ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ଅସୀମ ଭୋଇ l ଜାତୀୟ ସ୍ତରୀୟ କରାଟେ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ନିଜ ଜନ୍ମଦିନ ଅବସରରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ନେଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ​ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପକ୍ଷୀମାନଙ୍କର ଶୋଷ ମେଣ୍ଟାଇବା ପାଇଁ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଗଛଗୁଡ଼ିକରେ ମାଟିପାତ୍ର ଝୁଲାଇ ପାଣିର ବ୍ୟବସ୍ଥା କରିଛନ୍ତି। ଜନ୍ମଦିନ ପରି ଏକ ସ୍ମରଣୀୟ ଦିନକୁ ବୃକ୍ଷଲତା ଓ ପକ୍ଷୀମାନଙ୍କ ସେବାରେ ଲଗାଇଛନ୍ତି। ବିଭିନ୍ନ ସ୍କୁଲ ଓ ସରକାରୀ ଅଫିସ ପରିସରକୁ ଯାଇ ପକ୍ଷୀମାନଙ୍କ ପିଇବା ପାଣି ପାଇଁ ଗଛମାନଙ୍କରେ ସ୍ୱତନ୍ତ୍ର ମାଟିପାତ୍ର ବାନ୍ଧିଛନ୍ତି। ​ସମାଜରେ ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ମୂକ ଗତିପକ୍ଷୀଙ୍କ ସୁରକ୍ଷା ଦିଗରେ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ​”ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଗ୍ରୀଷ୍ମ ଋତୁରେ ପକ୍ଷୀମାନେ ଯେପରି ବିକଳ ନହୁଅନ୍ତି, ସେଥିପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ବୋଲି ଶ୍ରୀ ଭୋଇ କହିଛନ୍ତି l ଯୁବ ସମାଜସେବୀ ​ଅସୀମଙ୍କର ଏହି ମହତ କାର୍ଯ୍ୟ ପାଇଁ ଏସିସ୍ଟେଣ୍ଟ କଲେକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ବଲାଙ୍ଗିର ବ୍ଲକ୍ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ଟାଉନ୍ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଓ ଚିକଲ୍ ବlହlଲ୍ ଯୂଜୀଏଚଏସ ରାଜକିଶୋର ପ୍ରଧାନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯିବା ସହ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page