ମୁମ୍ବାଇରେ ଜାତୀୟ ପ୍ରଦର୍ଶନୀରେ ଭଗନେବେ ୫ ଓଡ଼ିଆ ଶିଳ୍ପୀ

ବାଲିଅନ୍ତା,୨୫|୦୫(ଗୋବର୍ଦ୍ଧନ ଦାସ):ମୁମ୍ବାଇର ନେହେରୁ ଆର୍ଟ ସେଣ୍ଟରରେ ଚଳିତ ମାସ ୨୬ ତାରିଖରୁ ଆୟୋଜିତ ହେବାକୁ ଥିବା ଜାତୀୟ କଳା ପ୍ରଦର୍ଶନୀରେ ଓଡ଼ିଶାର ପାଞ୍ଚଜଣ ଶିଳ୍ପୀଙ୍କ ଦ୍ୱାରା କଳାକୃତି ପ୍ରଦର୍ଶିତ କରାଯିବ l ଏଥିରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ, ଜାତୀୟ ପୁରସ୍କାର ପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ ଓ ନରୋତ୍ତମ ଦାସ,ଭାସ୍କର୍ଯ୍ୟ ଶିଳ୍ପୀ ହିମାଂଶୁ ମହାନ୍ତ ଏବଂ ଚିତ୍ରଶିଳ୍ପୀ ସୋଫିୟା ୟାସ୍ମିନ୍ ଙ୍କ ସମସାମୟିକ ଚିତ୍ରକଳା… Continue reading ମୁମ୍ବାଇରେ ଜାତୀୟ ପ୍ରଦର୍ଶନୀରେ ଭଗନେବେ ୫ ଓଡ଼ିଆ ଶିଳ୍ପୀ

ଶାନ୍ତିସ୍ତୁପ ଧଉଳିରେ ଜଳସେବା ଶୁଭାରମ୍ଭ

ବାଲିଅନ୍ତା,୨୫|୫( ଗୋବର୍ଦ୍ଧନ ଦାସ ):ପ୍ରଚଣ୍ଡ ରୌଦ୍ରତାପକୁ ପ୍ରତିହିତ କରିବାପାଇଁ ଶାନ୍ତିସ୍ତୁପ ଧଉଳିରେ ପର୍ଯ୍ୟଟକଙ୍କ ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ ଓ ଶ୍ରୀ ଶ୍ରୀ ଧବଳେଶ୍ୱର ବ୍ୟବସାୟୀକ ସଙ୍ଘ ପକ୍ଷରୁ ଜଳସେବା ଶୁଭାରମ୍ଭ ହୋଇଯାଇଛି l ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ ଏବଂ ବ୍ୟବସାୟ ସଂଘର ସଭାପତି ରବିନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟୋକ୍ଷ ତତ୍ୱାବଧାନରେ ଏହି ସେବା ଶୁଭାରମ୍ଭ ହୋଇଥିଲା l ପରେ ଏକ କାର୍ଯ୍ୟକ୍ରମରେ ଧଉଳି ଆସିଥିବା ବ୍ଲକ ଉନ୍ନୟନ ଅଧିକାରୀ ଦେବୀ ପ୍ରସନ୍ନ ମହାନ୍ତି ଏଥିରେ… Continue reading ଶାନ୍ତିସ୍ତୁପ ଧଉଳିରେ ଜଳସେବା ଶୁଭାରମ୍ଭ

ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ

​ଜନ୍ମଦିନକୁ କେବଳ ଆମୋଦପ୍ରମୋଦ ମଧ୍ୟରେ ସୀମିତ ନରଖି ପରିବେଶ ଓ ଜୀବଜନ୍ତୁଙ୍କ ସେବାରେ ଉତ୍ସର୍ଗ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ଅସୀମ ଭୋଇ l ଜାତୀୟ ସ୍ତରୀୟ କରାଟେ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ନିଜ ଜନ୍ମଦିନ ଅବସରରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ନେଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ​ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପକ୍ଷୀମାନଙ୍କର ଶୋଷ… Continue reading ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ

ରାଜ୍ୟରେ ଆଇ.ପି.ଏସ୍‌. ସ୍ତରରେ ବଡ଼ ଅଦଳ ବଦଳ

ଭୂବନେଶ୍ୱର,୨୫।୫: ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ(ଉତ୍କଳ ବୁଲେଟିନ୍‌) ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ବାରେ ଲାଗିଥିବା ବେଳେ, ଗୃହ ବିଭାଗ ଉପରେ ଜନସାଧାରଣଙ୍କ ମନରେ ଉଦ୍‌ବେଗ ସୃଷ୍ଟି ହୋଇଛି । ଖୋଦ ଗୃହ ବିଭାଗର ମନ୍ତ୍ରୀ ଥିବା ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ବିରୋଧୀ ଦଳ ନେତା ମାନେ ପ୍ରଶ୍ନ ଉଠାଉ ଛନ୍ତି ଯେ ରାଜ୍ୟ ରେ ଆପରାଧ ବଢି ବଢି ଚାଲିଛି ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେଉନାହିଁନ୍ତି ।… Continue reading ରାଜ୍ୟରେ ଆଇ.ପି.ଏସ୍‌. ସ୍ତରରେ ବଡ଼ ଅଦଳ ବଦଳ

You cannot copy content of this page