ଟାଙ୍ଗୀ,୨୭|୮(ନି.ପ୍ର)ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ‘ଜାଗୃତିକା’ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଭବାନୀପୁରସ୍ଥ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ତୈଳ ଚିତ୍ରରେ ଧୂପପୁଷ୍ପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭଗବତୀ ମଣ୍ଡଳ ପାଲାଗାୟକ ପରିଷଦର ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ପୌରୋହିତରେ ଅନୁଷ୍ଠିତ ଜୟନ୍ତୀ ସଭାରେ ‘ଜାଗୃତିକା’ର ଉପଦେଷ୍ଟା ଗାୟକ ଦକ୍ଷୀଣ କେଶରୀ ରାମଚନ୍ଦ୍ର କର, ସଭାପତି ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ, ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ରାଜକିଶୋର ସାହୁ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ଶିକ୍ଷକ ଦୁଃର୍ଯ୍ୟୋଧନ ପ୍ରଧାନ,ନାଚୁଣୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ତନ୍ମୟ କୁମାର ସାହୁ, ସଙ୍ଗୀତଜ୍ଞ ଅଜିତ୍ କୁମାର ମିଶ୍ର ଓ ସୀତାରାମ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସାହିତ୍ୟକୃତି ଉପରେ ବର୍ଣ୍ଣନା କରିବା ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ୱଳ୍ପ ଥିଲେ ମଧ୍ୟ ସ୍ଵାଧୀନ ଭାରତରେ ଆଜି ତାଙ୍କର କାବ୍ୟକବିତା ବିଶ୍ଵବିଦ୍ୟାଳୟ ସ୍ତରରେ ପଠନ କରା ଯାଉଅଛି ଓ ଓଡ଼ିଶାର ଭାଷା ଆନ୍ଦୋଳନର ସେ ଏକ ଅଗ୍ରଗାମୀ ସୈନିକ ଥିଲେ ବୋଲି ଉକ୍ତ ସଭାରେ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ପରିଶେଷରେ ‘ଜାଗୃତିକା’ର ସଂପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି